You are currently viewing ପଞ୍ଚାୟତ ନିର୍ବାଚନରେ ବିଜେଡିର ଏକତରଫା ବିଜୟ

ପଞ୍ଚାୟତ ନିର୍ବାଚନରେ ବିଜେଡିର ଏକତରଫା ବିଜୟ

ଭୁବନେଶ୍ୱର(ଏଏନଏସ)୨୮/୦୨, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ଗଣତିର ଆଜି ହେଉଛି ଶେଷ ଦିନ । ମିଳିଥିବା ସୂଚନା ମୁତାବକ ନିର୍ବାଚନ ହୋଇଥିବା ୮୫୧ ଜିଳ୍ଲା ପରିଷଦ ଜୋନ ମଧ୍ୟରୁ ମଧ୍ୟାହ୍ନ ସୁଦ୍ଧା ୬୭୬ ଗୋଟି ଜିଳ୍ଲା ପରିଷଦ ଜୋନକୁ ଅକ୍ତିିଆର କରିବାରେ ସକ୍ଷମ ହୋଇଛି ଶାସକ ବିଜୁ ଜନତା ଦଳ । ଅନ୍ୟପଟେ ୨୦୧୭ ମସିହା ପଞ୍ଚାୟତ ନିର୍ବାଚନରେ ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ରହିଥିବା ଭାଜପା ୪୨ଟି ସିଟ ପାଇବାରେ ସକ୍ଷମ ହୋଇଛି । ସେହିପରି ରାଜ୍ୟର ଦୀର୍ଘଦିନ ଧରି ଶାସନ ଡୋରି ସମ୍ଭାଳିଥିବା କଂଗ୍ରେସ ଦଳ ମାତ୍ର ୩୪ ଗୋଟି ଜଲ୍ଲା ପରିଷଦ ଜୋନ ଅକ୍ତିଆର କରି ସନ୍ତଷ୍ଟ ହେବାକୁ ପଡିଛି । ତେବେ ଆଜି ଗଣତିର ସମ୍ପୂର୍ଣ୍ଣ ଫଳାଫଳ ରାତି ସୁଦ୍ଧାଆସିବାକୁ ଥିବାବେଳେ ଦୁଇ ଗୋଟି ଜାତୀୟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ସେହି ଦଳଗୁଡିକର କର୍ମୀମାନଙ୍କ ମହଲରେ ନିରାଶା ଭାବ ସୃଷ୍ଟି କରିଛି । ଯଦି ଏହି ଧାରା ବଳବତ୍ତର ରୁହେ ତେବେ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ମଧ୍ୟ ଏକତରଫା ବିଜୟ ହାସଲ କରିବ ବୋଲି ରାଜନୈତିକ ବିଶେଷଜ୍ଞଙ୍କ ମଧ୍ୟରେ କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।