lokanath

ଆଜି ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ନୀତି

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ): ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ଦେବଙ୍କ ମନ୍ଦିରରେ ଆଜି ପଙ୍କୋଦ୍ଧାର ନୀତି ଅନୁଷ୍ଠିତ ହୋଇଛି।  ଆଜିର ଦିନରେ ପ୍ରଭୁ ଲୋକନାଥଙ୍କ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥାଏ ।

ଖବର ଅନୁଯାୟୀ, ବୁଧବାର ପ୍ରଭୁ ଲୋକନାଥ ଦେବଙ୍କ ମନ୍ଦିରରେ ଏକାଦଶୀ ତିଥିରେ ପଙ୍କୋଦ୍ଧାର ନୀତି ଅନୁଷ୍ଠିତ ହୋଇଛି। ସ୍ବତନ୍ତ୍ର ବ୍ୟାରିକେଡ଼ ମାଧ୍ୟମରେ ଭକ୍ତମାନେ ପ୍ରଭୁ ଶ୍ରୀଲୋକନାଥଙ୍କୁ ଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି । ବର୍ଷର ଏହି ଗୋଟିଏ ଦିନ ପ୍ରଭୁ ଲୋକନାଥଙ୍କ ଗମ୍ଭୀରା ଭିତରକୁ ଭକ୍ତମାନେ ଯାଇ ଶିବଲିଙ୍ଗକୁ ଦର୍ଶନ କରିବାର ସୁଯୋଗ ପାଇଥାଆନ୍ତି । ତେବେ ଦେଶର ଅନ୍ୟ କୌଣସି ଶୈବପୀଠରେ ଏହି ପଙ୍କୋଦ୍ଧାର ନୀତି ଦେଖିବାକୁ ମିଳିନଥାଏ ବୋଲି କୁହାଯାଏ । ବର୍ଷ ତମାମ ଫୁଲ, ବେଲପତ୍ର, କ୍ଷୀର, କଦଳୀ, ଦହି ସୁନାରୂପାରେ ଆଚ୍ଛାଦିତ ହୋଇରହୁଥିବା ଶ୍ରୀଲୋକନାଥଙ୍କ ଏହି ସମସ୍ତ ସାମଗ୍ରୀକୁ ଏକାଦଶୀ ଦିନ ବାହାର କରାଯାଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।