You are currently viewing ପାଟି ଖୋଲିଲେ ରାଜ୍ୟ ଦୋହଲିବ

ପାଟି ଖୋଲିଲେ ରାଜ୍ୟ ଦୋହଲିବ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ) ୦୭/୧୨, ଯାହା କମିଶନରେଟ ପୋଲିସ କରିପାରି ନଥିଲା ତାକୁ ନିଜ ଅକ୍ତିଆରକୁ ଆଣିବାରେ ସକ୍ଷମ ହୋଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଭୁବନେଶ୍ୱର ଏସଡିଜିଏମ୍ କୋର୍ଟରେ ହାଜର ହେବା ପରେ ନାଗ ସାମ୍ରାଜ୍ୟର ମୁଖ୍ୟ ଅର୍ଚ୍ଚନାକୁ ରିମାଣ୍ଡରେ ନେଇଛି ଇଡି । ମାନ୍ୟବର କୋର୍ଟଙ୍କୁ ଇଡି ଅର୍ଚ୍ଚନା ନାଗକୁ ୧୫ ଦିନିଆ ରିମାଣ୍ଡରେ ନେବା ପାଇଁ ଦରଖାସ୍ତ କରିଥିଲେ ହେଁ ମାନ୍ୟବର କୋର୍ଟ ୭ ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ । ତଦନୁଯାୟୀ ୦୬/୧୨/୨୦୨୨ ଠାରୁ ୭ ଦିନିଆ ରିମାଣ୍ଡରେ ଅର୍ଚ୍ଚନାକୁ ନେଇଛି ଇଡି । କୋର୍ଟଙ୍କ ଠାରୁ ଅର୍ଚ୍ଚନାକୁ ରିମାଣ୍ଡରେ ଇଡି ନେବା ପରେ କ୍ୟାପିଟାଲ ହସ୍ପିଟାଲକୁ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନେଇଥିବା ବେଳେ କଡା ସୁରକ୍ଷା ମଧ୍ୟରେ ଅର୍ଚ୍ଚନା ଗଣ ମାଧ୍ୟମକୁ କିଛି ବିସ୍ଫୋରକ ବୟାନ ଦେଇଥିଲେ । ତଥ୍ୟନୁସାରେ ଗଣମାଧ୍ୟମ ସମ୍ମୁଖରେ ଅର୍ଚ୍ଚନା କହିଥିଲେ ଯେ ‘ପଣସ ଅନ୍ୟମାନେ ଖାଇଥିବା ବେଳେ ମୋ ମୁଣ୍ଡରେ ଅଠା ବୋଳାଯାଇଛି’ । ଗଣମାଧ୍ୟମ ଉଦ୍ଦେଶ୍ୟରେ ଅର୍ଚ୍ଚନା କହିଥିଲେ ଯେ ‘ ଆପଣଙ୍କ ଘରେ ଆପଣଙ୍କ ମା’, ଭଉଣୀ ଯେପରି ଅଛିନ୍ତି ମୁଁ ବି ସେହିପରି ଆପଣଙ୍କ ପରିବାର ସଦସ୍ୟ’ । ମୋତେ ଅଯଥା ବଦନାମ କରନ୍ତୁ ନାହିଁ । ମୋ ଘରେ ମୋର ୫ ବର୍ଷର ପୁଅ ଅଛି ଯାହାର ନିଶ୍ୱାସ ଆପଣଙ୍କ ଉପରେ ପଡିବ । ଅକ୍ଷୟ, ଶ୍ରଦ୍ଧାଞ୍ଜଳି ମୋତେ ବୁଡାଇଦେଲେ । ମୁଁ ନିର୍ଦ୍ଦୋଶ ବୋଲି ପ୍ରମାଣ କରିବା ପାଇଁ ମୋ ପାଖରେ ସମସ୍ତ ତଥ୍ୟ ଅଛି । ମୁଁ ସମୟକୁ ଅପେକ୍ଷା କରିଛି । ମୋତେ ୩୦ ମିନିଟ ସମୟ ଦେଲେ ମୁଁ ସମସ୍ତ ତଥ୍ୟ ଗଣମାଧ୍ୟମକୁ ଦେବି । ଇଡି ଏହାର ତଦନ୍ତ କରୁ ବୋଲି ମୁ ଚାହୁଁଥିଲି ।

ଇଡି କାହିଁକି ସିବିଆଇ ମଧ୍ୟ ଏହାର ତଦନ୍ତ ଭାର ନେଲେ ମୁଁ ଖୁସି ହେବି । ମୋତେ ଯଦି ୩୦ ମିନିଟ ଦିଆଯାଏ ଓ ମୁଁ ମୋର ପାଟି ଖୋଲେ ତେବେ ରାଜ୍ୟ ଦୋହଲିଯିବ ।
ଏଠାରେ ସ୍ୱତଃ ପ୍ରଶ୍ନ ଉଠେ ଦୀର୍ଘ ୧ ମାସରୁ ଉର୍ଦ୍ଧ୍ୱ ପୋଲିସ ଅର୍ଚ୍ଚନାକୁ ଗିରଫ କରାଇଥିବା ବେଳେ ଏଯାବତ୍ ରିମାଣ୍ଡରେ ନନେଇ ଅର୍ଚ୍ଚନାକୁ ଗିରଫ କରିବାର ୬ ଦିନପରେ କୋର୍ଟରେ ପୋଲିସ ହାଜର କଲା । ବାଲିଅନ୍ତା ଥାନାରେ କ’ଣ ପାଇଁ ଅର୍ଚ୍ଚନାଙ୍କୁ ରଖାଯାଇଥିଲା । ନେତା ଓ ବରିଷ୍ଠ ଅଧିକାରୀଙ୍କୁ କ୍ଲିନଚିଟ୍ ଦେବା ପାଇଁ ପୋଲିସର ଏହା ଯୋଜନା ବଦ୍ଧ ଷଡଯନ୍ତ୍ର ନୁହେଁ ତ ? ଅନ୍ୟପଟେ ଅର୍ଚ୍ଚନା ଗିରଫ ହେବାର ମାସେ ପରେ କ’ଣ ପାଇଁ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ପୋଲିସ ଗିରଫ କଲା ତାହା ମଧ୍ୟ ବୁଦ୍ଧିଜୀବି ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମିଳିଥିବା ତଥ୍ୟ ମୁତାବକ ଅର୍ଚ୍ଚନା ଇଡିଙ୍କ ତତ୍ତ୍ୱାବଧାନରେ ଥିବାବେଳେ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ମଧ୍ୟ ଇଡି ରିମାଣ୍ଡରେ ନେବାକୁ ଯୋଜନା କରୁଛି । ଦରାକର ପଡିଲେ ଖଗେଶ୍ୱରଙ୍କୁ ମଧ୍ୟ ଇଡି ରିମାଣ୍ଡରେ ନେଇ ୩ ଜଣଙ୍କୁ ମୁହାଁମୁହିଁ ଜେରା କରିପାରେ । ତେବେ ଦେଖିବାକୁ ବାକିରହିଲା ଅର୍ଚ୍ଚନାଙ୍କ ମୁହଁ ଖୋଲିବାରେ ଇଡି ସକ୍ଷମ ହେବ ନା ଅର୍ଚ୍ଚନାର ମୁହଁ ସବୁଦିନ ପାଇଁ ବନ୍ଦ ରହିବ ତାହା ସମୟ କହିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।