You are currently viewing କୋଭିଡ଼ କଟକଣାରେ ରଣପୁରରେ ଘୋଷଯାତ୍ରା କରିବାକୁ ଦାବି

କୋଭିଡ଼ କଟକଣାରେ ରଣପୁରରେ ଘୋଷଯାତ୍ରା କରିବାକୁ ଦାବି

ଭୁବନେଶ୍ୱର-୧୧.୦୬.୨୦୨୧( ତୁଷାର ପଟ୍ଟନାୟକ),ପୁରୀ ଶ୍ରୀକ୍ଷେତ୍ର ପରେ ରାଜ୍ୟର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ମାନ୍ୟତା ପାଇ ବାକୁ ବାରମ୍ବାର ଦାବି ହେଇଥିଲେ ମଧ୍ୟ ସରକାର ଏଥିପ୍ରତି କର୍ଣ୍ଣ ପାତ କରୁନାହାନ୍ତି।ଦ୍ବିତୀୟ ଶ୍ରୀକ୍ଷେତ୍ର ପାଇଁ ସମସ୍ତ ପୌରାଣିକ ଯୁକ୍ତି ଥିବାବେଳେ କ୍ରମାଗତ ରାଜନୈତିକ ଇଚ୍ଛାଶକ୍ତି ର ଅଭାବ ଯୋଗୁଁ ଏହା ସମ୍ଭବ ହୋଇପାରୁ ନାହିଁ ।ପୁରୀ ରଥଯାତ୍ରା ପାଇଁ ସମସ୍ତେ ବ୍ୟସ୍ତ ଥିବାବେଳେ ରଣପୁର ପ୍ରତି କାହାର ନିଘା ନାହିଁ।କୋଭିଡ଼ କଟକଣା ମଧ୍ୟରେ ରଣପୁରରେ ଘୋଷଯାତ୍ରା କରିବାପାଇଁ ରଣପୁର ଜନସାଧାରଣ ଙ୍କ ତରଫରୁ ପ୍ରବଳ ଦାବି ହେଉଥିବାବେଳେ ସ୍ଥାନୀୟ ଶାସକ ଦଳ ର ନେତାମାନେ ମଣିମା ଙ୍କ ଆଦେଶ କୁ ଅବଜ୍ଞା କରି ପାଟି ଖୋଲୁ ନାହାନ୍ତି।ଏହାର ପରିଣାମ ପାଇଁ ନେତାମାନେ ଦାୟୀ ରହିବେ ବୋଲି ସାଧାରଣ ରେ ମତ ପ୍ରକାଶ ପାଉଥିବାର ଜଣା ପଡ଼ିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।