You are currently viewing କରୋନା କଟକଣା ମଧ୍ୟରେ ଯାତ୍ରା, ଡ୍ରାମା ଓ ମେଲୋଡିକୁ ମିଳିଲା ଅନୁମତି 

କରୋନା କଟକଣା ମଧ୍ୟରେ ଯାତ୍ରା, ଡ୍ରାମା ଓ ମେଲୋଡିକୁ ମିଳିଲା ଅନୁମତି 

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ) ୨୦.୧୧.୨୦୨୧,  କରୋନା ସଂକ୍ରମଣ କମିବା ପରେ ପୁଣି ଅପେରା, ଡ୍ରାମା ଓ ମେଲୋଡ଼ିକୁ ମିଳିଲା ଅନୁମତି। ଆଜି ପରଠୁ କରୋନା କଟକଣା ମଧ୍ୟରେ ଅପେରା, ଡ୍ରାମା କରାଯିବ । ଏନେଇ ଏସଆରସିଙ୍କ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି ହୋଇଛି  । ଆଜିଠାରୁ ଏହି ନୂଆ ଗାଇଡଲାଇନ୍ ଲାଗୁ ହେବ ।
ଗାଇଡଲାଇନ୍ ଅନୁସାରେ, ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡି କାର୍ଯ୍ୟକ୍ରମରେ ଲୋକଙ୍କ ଭିଡ ଜମି ଥାଏ । ଏଥିପାଇଁ ଅନଲାଇନ୍‌ରେ କିମ୍ବା  ଅଧିକ କାଉଣ୍ଟର କରି ଟିକେଟ୍ ବୁକିଂ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ  ଖୋଲା ପଡ଼ିଆରେ ଦୁଇ ହଜାର ଲୋକ ସାମାଜିକ ଦୂରତ୍ୱ ରଖି  କାର୍ଯ୍ୟକ୍ରମ ଆୟୋଜନ କୁ ଅନୁମତି ଦିଆଯାଇଛି। ଯାତ୍ରା କରିବା ପାଇଁ ଜିଲ୍ଲାପାଳ, SP, ମ୍ୟୁନିସିପାଲ କମିସନଙ୍କ ଅନୁମତି ନେବା ଜରୁରୀ  ।ଆବଦ୍ଧ କୋଠରୀରେ ୫୦% ଅଧିକ ଦର୍ଶକ ବସିବା ମନା । ୫୦% ଦର୍ଶକଙ୍କୁ ନେଇ ସିନେମା ହଲ୍‌ ଖୋଲିବାକୁ ଅନୁମତି ଦିଆଯାଇଛି ।ଏହିସବୁ କାର୍ଯ୍ୟକ୍ରମରେ କରୋନା କଟକଣା ଯେପରି ସମାଜିକ ଦୂରତା ସହ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।