You are currently viewing ୟୁଜି ଓ ପିଜି ପରୀକ୍ଷା; ଜୁନ୍‌ ୧୮ରେ ହେବ ଚୂଡାନ୍ତ ନିଷ୍ପତ୍ତି

ୟୁଜି ଓ ପିଜି ପରୀକ୍ଷା; ଜୁନ୍‌ ୧୮ରେ ହେବ ଚୂଡାନ୍ତ ନିଷ୍ପତ୍ତି

ଭୁବନେଶ୍ୱର-୧୨.୦୬.୨୦୨୧, ଚଳିତ ବର୍ଷ ୟୁଜି ଓ ପିଜି ପରୀକ୍ଷା ଅନୁଷ୍ଠିତ ହେବ । କୁଳପତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ । ଏଥିସହ ଆସନ୍ତା ଜୁନ୍‌ ୧୮ତାରିଖରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ।

ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଅନଲାଇନରେ ପାଠପଢା ଚାଲିଛି । ଜୁନ ସୁଦ୍ଧା କୋର୍ସ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। କୂଳପତିମାନେ ଛାତ୍ରଛାତ୍ରୀ, ଅଧ୍ୟକ୍ଷଙ୍କ ସହ ଆଲୋଚନା କରିବା ପରେ ଜୁନ୧୮ତାରିଖରେ ପରୀକ୍ଷାକୁ ନେଇ ଚୁଡ଼ାନ୍ତ ନିଷ୍ପତ୍ତି ନିଆଯିବ।”
ପରୀକ୍ଷାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀମାନେ ପଢ଼ା ଜାରି ରଖିବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।