pickupvan

ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ, ଜଣେ ମୃତ ୨୦ ଆହତ

ଏଏନଏସ: ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୨୦ଜଣ ଆହତ ହୋଇଛନ୍ତି। ମୃତକ ହେଲେ କେନାପାଲି ଗ୍ରାମର ସୁବଳ ପଟେଲ। ସୂଚନା ଅନୁଯାୟୀ ଭଷ୍ମା ଥାନା ଅନ୍ତର୍ଗତ କେନାପାଲି ଗ୍ରାମରୁ ଏକ ସଂକୀର୍ତ୍ତନ ଦଳ ଝାରସୁଗୁଡ଼ା ଜିଲ୍ଲା ତାଲପଟିଆକୁ କୀର୍ତ୍ତନ କରିବା ପାଇଁ ଯାଉଥିବା ବେଳେ ପିକଅପ୍ ଭ୍ୟାନଟି ଓଲଟିଥିଲା। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୨୦ଜଣ ଆହତ ଆହତ ହୋଇଛନ୍ତି । ଆହାତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।