You are currently viewing ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ

ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ

ଭୁବନେଶ୍ୱର,୦୪/୦୯: ସେପ୍ଟେମ୍ବର ୩୦ରେ ହେବ ପିପିଲି ଉପନିର୍ବାଚନ । ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ସୂଚନା ଅନୁଯାୟୀ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା କିଛି ଦିନ ପୂର୍ବରୁ କଂଗ୍ରେସ ପାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଥିଲା ଫଳରେ ନିର୍ବାଚନକୁ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଥିଲା ।ପରେ କରୋନା କାରଣରୁ ଉପନିର୍ବାଚନ ଉପରେ ଅନିର୍ଦ୍ଧିଷ୍ଠ କାଳ ପାଇଁ ରୋକ ଲଗାଯାଇଥିଲା । ଏବେ କରୋନା ସଂକ୍ରମଣ କମିବାରୁ ଆସନ୍ତା ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବ । ଆସନ୍ତା ୨୦ ତାରିଖରୁ ନିର୍ବାଚନ ପ୍ରଚାର ନେଇ ଅନୁମତି ମିଳିଛି । ଏହି ନିର୍ବାଚନରେ ରୋଡ ଶୋ,ବାଇକ ଓ ସାଇକେଲ ରାଲିକୁ ମନା କରାଯାଇଛି । ଅକ୍ଟୋବର ୩ ତାରିଖରେ ପିପିଲି ନିର୍ବାଚନ ଲାଗି ଭୋଟ ଗଣିତ ହେବ । ସେହିଦିନ ହିଁ ଭୋଟ ଫଳାଫଳ ଘୋଷଣା କରିବେ ନିର୍ବାଚନ କମିଶନର ।

ଅନ୍ୟମାନଙ୍କୁ ଜଣାନ୍ତୁ।