You are currently viewing ୨୦ରୁ ଆରମ୍ଭ ହେବ ଯୁକ୍ତ ୩ ନାମଲେଖା ଆବେଦନ

୨୦ରୁ ଆରମ୍ଭ ହେବ ଯୁକ୍ତ ୩ ନାମଲେଖା ଆବେଦନ

ଭୁବନେଶ୍ୱର-୧୭.୦୮.୨୦୨୧ , ଅଗଷ୍ଟ ୨୦ରୁ ଆରମ୍ଭ ହେବ ଯୁକ୍ତ ୩ ନାମଲେଖା ଆବେଦନ ପ୍ରକ୍ରିୟା । ଅନଲାଇନରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଓ୍ବେବସାଇଟ୍ samsodisha.gov.in ରେ ଅନ୍‌ଲାଇନରେ ଆବେଦନ କରିବେ ଛାତ୍ରଛାତ୍ରୀ । ଅଗଷ୍ଟ ୨୦ରୁ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ନାମଲେଖା ଆବେଦନ ଚାଲିବ । ସେପ୍ଟେମ୍ବର ୯ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା । ସେହିପରି ୯ ରୁ ୧୪ ତାରିଖ ଯାଏ ସାମ୍ସ ପୋର୍ଟାଲରେ ଅନଲାଇନ ଫି ଦାଖଲ କରାଯିବ । ସେହିପରି ସେପ୍ଟେମ୍ବର ୨୧ରେ ଦ୍ବିତୀୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ । ସେପ୍ଟେମ୍ବର ୨୭ରେ ନାମଲେଖା ପ୍ରକ୍ରିୟା ଶେଷ ହେବ । ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।