You are currently viewing ପୌର ନିର୍ବାଚନ ପାଇଁ ଯୁକ୍ତ ତିନି ପରୀକ୍ଷା ସ୍ଥଗିତ

ପୌର ନିର୍ବାଚନ ପାଇଁ ଯୁକ୍ତ ତିନି ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର(ଏଏନଏସ)୦୯/୦୩, ଯୁକ୍ତ ତିନି ପରୀକ୍ଷା ସ୍ଥଗିତ | ଆସନ୍ତା ୨୨ରୁ ୨୪ ଯାଏଁ ହେବାକୁ ଥିବା ଯୁକ୍ତ-୩ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଆଗାମୀ ପୌର ନିର୍ବାଚନ ପାଇଁ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ଜଣାପଡିଛି । ରାଜ୍ୟରେ ସମସ୍ତ ବିଶ୍ୱବିଦ୍ୟାଳୟ ଓ ସରକାରୀ /ବେସରକାରୀ ମହାବିଦ୍ୟାଳୟ ଗୁଡିକୁ ବନ୍ଦ ରଖିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ରାଜ୍ୟରେ ୧୦୬ଟି ମ୍ୟୁନିସିପାଲଟି / ଏନଏସି ସମେତ ୩ଟି ମହାନଗର ନିଗମରେ ଆସନ୍ତା ୨୪ ତାରିଖରେ ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ପାଇଁ ସରକାରୀ ଓ ଅନୁଦାନ ପ୍ରାପ୍ତ କଲେଜରେ ପୋଲିଂ ବୁଥ କରାଯିବ ଏଥିପାଇଁ ପରୀକ୍ଷାକୁ ଘୁଞ୍ଚାଯିବା ସହ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।