You are currently viewing ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ପାଇଁ କାଲିଠୁ  ଆବେଦନ

ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ପାଇଁ କାଲିଠୁ ଆବେଦନ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର-୦୨.୦୯.୨୦୨୧, କରୋନା ମହାମାରୀ କାରଣରୁ ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରାଯାଇଥିଲା । ବିକଳ୍ପ ମୂଲ୍ୟାୟନରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ତେବେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଅଫଲାଇନ ପରୀକ୍ଷା ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଛାତ୍ରଛାତ୍ରୀମାନେ ଆସନ୍ତା ୩ ତାରିଖରୁ ପରୀକ୍ଷା ପାଇଁ ଅନ୍‌ଲାଇନ ଆବେଦନ କରିପାରିବେ । ଅଗଷ୍ଟ ୭ ତାରିଖ ହେଉଛି ଆବେଦନର ଶେଷ ଦିନ । ପରୀକ୍ଷାର୍ଥୀଙ୍କ ସଂଖ୍ୟାକୁ ଦେଖି ପରୀକ୍ଷା ସୂଚୀ ଓ କେନ୍ଦ୍ର ଘୋଷଣା କରାଯିବ । ଅଫଲାଇନ୍‌ ପରୀକ୍ଷା ଦେଲେ ବିକଳ୍ପ ମୂଲ୍ୟାୟନରେ ମିଳିଥିବା ମାର୍କ ରହିବ ନାହିଁ । ଅଫଲାଇନ ପରୀକ୍ଷା ମାର୍କକୁ ହିଁ ଯୁକ୍ତ ଦୁଇ ମାର୍କ ଭାବେ ଗ୍ରହଣ କରାଯିବ । ତେବେ ଏହି ପରୀକ୍ଷା ଦେୟମୁକ୍ତ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।