You are currently viewing ପ୍ରକାଶ ପାଇଲା ଯୁକ୍ତ ଦୁଇ ଅଫଲାଇନ୍ ରେଜଲ୍ଟ, ପାସ ହାର ୬୮.୬୬%

ପ୍ରକାଶ ପାଇଲା ଯୁକ୍ତ ଦୁଇ ଅଫଲାଇନ୍ ରେଜଲ୍ଟ, ପାସ ହାର ୬୮.୬୬%

ଭୁବନେଶ୍ୱର(ଏଏନଏସ) ୨୦.୧୧.୨୦୨୧, ପ୍ରକାଶ ପାଇଲା ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଫଳ । କରୋନା କଟକଣା ପାଇଁ ଚଳିତ ବର୍ଷ ପରୀକ୍ଷା ବାତିଲ କରାଯାଇଥିଲା । ପରେ ବିକଳ୍ପ ମୂଲ୍ୟାୟନରେ ପରୀକ୍ଷା ଫଳ ପ୍ରକାଶ କରାଯାଇଥିଲା । ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫଲାଇନ୍ ପରୀକ୍ଷା ଦେଇଥିଲେ । ମୋଟ ୧୨ ହଜାର ୩୨୧ ଜଣ ପରୀକ୍ଷାର୍ଥୀ ଅଫଲାଇନ୍‌ରେ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୮ ହଜାର ୪୬୦ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି।

ଅଫଲାଇନ୍ ରେଜଲ୍ଟରେ ପାସ୍ ହାର ୬୮.୬୬ ପ୍ରତିଶତ ରହିଛି। ଛାତ୍ରଙ୍କ ପାସ୍ ହାର ୬୨.୭୧ ପ୍ରତିଶତ ଥିବାବେଳେ ଛାତ୍ରୀଙ୍କ ପାସ୍‌ ହାର ୬୭.୭୬ ପ୍ରତିଶତ ରହିଛି । କଳାରେ ୬୩୧୦, ବାଣିଜ୍ୟରେ ୪୨୨, ବିଜ୍ଞାନରେ ୧୫୦୧ ପରୀକ୍ଷାର୍ଥୀ ପାସ ହୋଇଛନ୍ତି। ବାଣିଜ୍ୟରେ ଛାତ୍ରଙ୍କ ପାସ୍ ହାର ୬୮.୫୭ % ଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୬୬ % ରହିଛି। ସେହିପରି ବିଜ୍ଞାନରେ ଛାତ୍ରଙ୍କ ପାସ୍ ହାର ୬୨.୪୪ % ଥିବା ବେଳେ ଛାତ୍ରୀଙ୍କ ପାସ୍‌ ହାର୍ ୬୭.୭୩ % ଓ କଳାରେ ଛାତ୍ରଙ୍କ ପାସ୍‌ ହାର୍ ୬୨.୯୦ % ଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୬୮.୫୨ % ରହିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।