You are currently viewing ପୁଣି ପ୍ରଚାର ପାଇଁ ଓଡିଶା ଆସୁଛନ୍ତି ମୋଦୀ, ଶାହା। ରାଜ୍ୟରେ ୩ଟି ନିର୍ବାଚନୀ ସଭା କରିବେ ଶାହା।

ପୁଣି ପ୍ରଚାର ପାଇଁ ଓଡିଶା ଆସୁଛନ୍ତି ମୋଦୀ, ଶାହା। ରାଜ୍ୟରେ ୩ଟି ନିର୍ବାଚନୀ ସଭା କରିବେ ଶାହା।

ଏଏନଏସ : ପୁଣିଥରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହା । ୨୯ରେ ରାଜ୍ୟରେ ୩ଟି ନିର୍ବାଚନୀ ସଭାରେ ପ୍ରଚାର କରିବେ ଶାହା । ପ୍ରଥମେ ୧୦ଟାରେ ଚାନ୍ଦବାଲି ପରେ କୋରେଇ ତାପରେ ନିମାପଡା ନିର୍ବାଚନୀ ସଭାରେ ଯୋଗ ଦେବେ ଶାହା ।
ସେହିପରି ୨୯ରେ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ମୟୁରଭଞ୍ଜର ବାରିପଦା ଛଉ ପଡିଆରେ ୧୨ଟା ବେଳେ ବିଶାଳ ଜନସଭାକୁ ଉଦବୋଧନ କରିବେ ପ୍ରଧାନମନ୍ତ୍ରୀ । ପରେ ବାଲେଶ୍ୱର ଓ କେନ୍ଦ୍ରାପଡା ଜନସଭାରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ।
ଏହାସହ ୨୭ରେ ଓଡିଶା ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ୨୭ରେ ଭଦ୍ରକ, ଯାଜପୁର , କେନ୍ଦ୍ରାପଡା ଓ କାକଟପୁର ରେ ପ୍ରଚାର କରିବା ସହ ୨୮ରେ ରାଇରଙ୍ଗପୁର, ମୋରଡା , ସୋର , ଜଗତସିଂହପୁରର ସଭାରେ ଯୋଗ ଦେବେ । ଏବଂ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨୭ ଓ ୨୮ ଦୁଇ ଦିନ ଧରି କେନ୍ଦ୍ରାପଡା ଓ ଭଦ୍ରକରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।