You are currently viewing ମାଲକାନଗିରିରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

ମାଲକାନଗିରିରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

ମାଲକାନଗିରି-୧୬.୦୬.୨୦୨୧, ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କୁଲାବେଡ଼ା ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି।ଜଙ୍ଗଲରେ ମାଓ ଶିବିର ଥିବାର ଖବର ପାଇ ଗତକାଲିରୁ କମ୍ବିଂ ଅପରେସନ ଆରମ୍ଭ କରିଥିଲା ପୋଲିସ । ଏସ୍‌ଓଜି ଓ ଡିଭିଏଫ୍‌ ପକ୍ଷରୁ ମିଳିତ ଭାବେ ଏହି ଅପରେସନ୍ କରାଯାଇଥିଲା। ଆଜି ସକାଳେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଅନେକ ସମୟଧରି ଗୁଳି ବିନିମୟ ଜାରି ରହିଥିଲା ଏବଂ ଅନେକ ଘଣ୍ଟା ଗୁଳିବିନିମୟ ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ସର୍ଚ୍ଚ ଅପରେସନ ଜାରି ରଖିଛି। ପୋଲିସ ଘଟଣାସ୍ଥଳରୁ ବନ୍ଧୁକ ସହ କିଛି ମାଓ ସାମଗ୍ରୀ ଜବତ କରିଥିବା ସୂଚନା ମିଳିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।