kidnap

ଭୁବନେଶ୍ୱରରୁ ଅପହରଣ ଶିଶୁ କଟକରୁ ଉଦ୍ଧାର, ମା’ କୋଳରୁ ଛଡାଇ ନେଇଥିଲେ ଦୁର୍ବୁତ୍ତ 

ଭୁବନେଶ୍ୱର(ଏଏନଏସ): ଭୁବନେଶ୍ୱରରୁ ଅପହୃତ ଶିଶୁକୁ ଉଦ୍ଧାର କରାଯାଇଛି । କଟକରୁ ଉଦ୍ଧାର କରିଛି ମଞ୍ଚେଶ୍ୱର ଥାନା ପୋଲିସ । ସୂଚନା ଅନୁସାରେ ପାରିବାରିକ କଳହରୁ ନିଜ ପୁଅକୁ ମା’ କୋଳରୁ ଛଡାଇନେବାକୁ ଉଦ୍ୟମ କରିଥିଲା ବାପା । ଏହି ମାମଲାରେ ବାପା ସମେତ ଦୁଇ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି ।

ସୂଚନାଯୋଗ୍ୟ ଭୁବନେଶ୍ବର ପଟିଆ ଷ୍ଟେସନ ପାଖରୁ ୧୧ମାସର ଶିଶୁକୁ ଅପହରଣ କରାଯାଇଥିଲା। ଧଳା ରଙ୍ଗର କାରରେ ଆସି ମାଆ କୋଳରୁ ଶିଶୁକୁ ଛଡାଇ ନେଇଥିଲେ ଦୁର୍ବୃତ୍ତ। ଏନେଇ ଅଭିଯୋଗ ପରେ ମାରାଥନ ସର୍ଚ୍ଚ ଆରମ୍ଭ କରିଥିଲା କମିଶନରେଟ ପୋଲିସ। ସବୁ ଛକରେ ବ୍ଲକିଂ କରାଯିବ ସହ ବିଭିନ୍ନ ଧଳା ଗାଡ଼ିର ଯାଞ୍ଚ କରାଯାଇଥିଲା। ଶେଷରେ ବିଳମ୍ବିତ ରାତିରେ କଟକରୁ ଉଦ୍ଧାର ହୋଇଥିଲା ଶିଶୁ। 

ଅନ୍ୟମାନଙ୍କୁ ଜଣାନ୍ତୁ।