You are currently viewing ୫୦ ଲକ୍ଷର ଗଂଜେଇ ଜବତ କଲା ପୋଲିସ

୫୦ ଲକ୍ଷର ଗଂଜେଇ ଜବତ କଲା ପୋଲିସ

  • Post category:ଓଡିଶା
  • Reading time:1 mins read

ଲମତାପୁଟ (2.5.23): ସିମେଣ୍ଟ ବୋଝେଇ ଟ୍ରକରୁ ୫୦ ଲକ୍ଷ ଟଙ୍କାର ଗଂଜେଇ ଜବତ। ବାହାର ରାଜ୍ୟକୁ ଚାଲାଣ ବେଳେ ମାଡିବସିଲା ମାଛକୁଣ୍ଡ ପୋଲିସ । ଅନ୍ଧାରର ସୁଯୋଗ ନେଇ ଘଟଣା ସ୍ଥଳରୁ ଖସି ପଳାଇଥିବା ଗଂଜେଇ ମାଫିଆ, ଗାଡି ଚାଳକ ଓ ମାଲିକଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ନନ୍ଦପୁର ଏସଡିପିଓ ସଂଜୟ ମହାପାତ୍ର ସୂଚନା ଦେଇଛନ୍ତି।ଖବର ଅନୁଯାୟୀ ସିମେଣ୍ଟ ବୋଝେଇ ଟ୍ରକରେ ଗୁଜୁରାଟକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ନୂଆଁପୁଟ ଗାଁ ନିକଟରେ ବାହାର ରାଜ୍ୟକୁ ଏକ ଟ୍ରକରେ ଗଞ୍ଜେଇ ଲୋଡ୍‌ ହେଉଥିବା ବେଳେ ଚଢାଉ କରିଥିଲା ପୋଲିସ । ମାଛକୁଣ୍ଡ, ଯୋଲାପୁଟ, ଲମତାପୁଟ ପୋଲିସ ମିଳିତ ଭାବେ ଚଢାଉ କରିଥିଲା । ଅନ୍ଧାରର ସୁଯୋଗ ନେଇ ମାଫିଆ ଫେରାର ହୋଇଯାଇଥିବା ବେଳେ ଟ୍ରକକୁ ଜବତ କରିଛି ପୋଲିସ । ଟ୍ରକକୁ ଯାଞ୍ଚ କରିବାରୁ ୧୦୦ଟି ସିମେଣ୍ଟ ବସ୍ତା ତଳେ ୨୦ ବସ୍ତାରେ ୫ କୁଇଣ୍ଟାଲ୍‌ ୨ କେଜି ଗଞ୍ଜେଇ ବାହାରିଥିଲା । ଯାହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।