You are currently viewing ଡେଲାଙ୍ଗ ଓ କଣାସରେ ୩୬ ଘଣ୍ଟା ଧରି ବିଦ୍ୟୁତ ସେବା ଠପ୍‌

ଡେଲାଙ୍ଗ ଓ କଣାସରେ ୩୬ ଘଣ୍ଟା ଧରି ବିଦ୍ୟୁତ ସେବା ଠପ୍‌

  • Post category:ଓଡିଶା
  • Reading time:1 mins read

ପୁରୀ : ଡେଲାଙ୍ଗ ଓ କଣାସରେ ୩୬ ଘଣ୍ଟା ଧରି ବୁଦ୍ୟୁତ ସେବା ଠପ୍‌ । ପୁରୀ ଜିଲ୍ଲା କଣାସ ଓ ଡେଲାଙ୍ଗରେ ବନ୍ୟା ବିପନ୍ନଙ୍କୁ ଅଧିକ କଲବଲ କରୁଛି ବିଦ୍ୟୁତ ସମସ୍ୟା । ଗତ ଶନିବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ତିରିଲଠାରେ ୩୩ କେଭି ଟାଓ୍ଵାର ଭାଙ୍ଗି ଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିଛି । ଏନେଇ ବିଦ୍ୟୁତ ବିଭାଗ ଓ ଅଗ୍ନିଶମ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ଖୁଣ୍ଟ ମରାମତିରେ ଲାଗିଛନ୍ତି । ଅନ୍ୟପଟେ ବନ୍ୟା ଜଳର ସ୍ରୋତ ଜୋର ଥିବାରୁ ଠିଆ ହେବା କଷ୍ଟକର ହୋଇପଡିଥିବା ବେଳେ ମଧ୍ୟ ବିଦ୍ୟୁତ ସେବା ଯୋଗାଇବାକୁ ଉଦ୍ୟମ ଜାରି ରହିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।