You are currently viewing ପରଲୋକରେ ପ୍ରଫୁଲ୍ଲ

ପରଲୋକରେ ପ୍ରଫୁଲ୍ଲ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏଏନଏସ)୧୮/୦୪, ସଙ୍ଗୀତ ନିର୍ଦେଶକ ,ପ୍ରଛଦ ପଟ ଗାୟକ ପଦ୍ମଶ୍ରୀ ପ୍ରଫୁଲ୍ଲ କର ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।୮୩ ବର୍ଷ ବୟସରେ କମଳ ଦେଶରଜକୁମାର ଓଡ଼ିଆ ସଙ୍ଗୀତ ଜଗତରୁ ବିଦାୟ ନେଇଛନ୍ତି ।ରବିବାର ରାତିରେ ଭୁବନେଶ୍ୱର ରେ ଥିବା ତାଙ୍କ ଘରେ ପରଲୋକ ହୋଇଥିବା ପୁତ୍ର ସଙ୍ଗୀତକାର ମହାଦେବ ପ୍ରସାଦ କର ସୂଚନା ଦେଇଛନ୍ତି ।ସ୍ବର୍ଗତ କରଙ୍କ ବିୟୋଗରେ ରାଜ୍ୟର ଅନେକ ବରିଷ୍ଠ ରାଜନେତା ଶୋକ ବ୍ୟକ୍ତ କରିବାସହ ଶୋକ ସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି ।୧୯୩୯ ମସିହା ଫେବ୍ରୁଆରୀ ୧୬ ତାରିଖରେ ପୁରୀର ଏକକୁଳୀନ ପରିବାରରେ ଏହି ସଙ୍ଗୀତ ସାଧକ ଙ୍କ ଜନ୍ମ ହୋଇଥିଲା ଆଜି ସ୍ୱର୍ଗଦ୍ୱାର ଠାରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ସ୍ବର୍ଗତ କର ଙ୍କ ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯିବ ବୋଲି ଜଣା ପଡ଼ିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।