You are currently viewing ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରକୁ ଚପଲ ମାଡ

ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରକୁ ଚପଲ ମାଡ

ସାଲେପୁର(ଏଏନଏସ) ୧୩.୧୨.୨୦୨୧, ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରକୁ ଚପଲ ମାଡ଼ ହୋଇଛି ।ନିଜ ନିର୍ବାଚନ ମଣ୍ଡଳୀ ମାହାଙ୍ଗାରେ ଏକ କାର୍ଯ୍ୟକ୍ରମରେ ମଞ୍ଚ ଉପରେ ବସିଥିବା ବେଳେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରକୁ ଚପଲ ଫିଙ୍ଗିଲେ ଯୁବକ।
ସୂଚନା ଅନୁସାରେ, କଟକ ଜିଲ୍ଲା ମାହାଙ୍ଗାର ଏରକଣାରେ ଗତକାଲି ଆୟୋଜିତ ଶରତ ଉତ୍ସବ କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଚାଲିଥିବା ବେଳେ ଭିଡ଼ ଭିତରୁ ଜଣେ ବ୍ୟକ୍ତି ତାଙ୍କୁ ଲକ୍ଷ୍ୟ କରି ଚପଲଟିଏ ଫୋପାଡ଼ି ଥିଲେ। କିନ୍ତୁ ସେ ଚପଲଟି ତାଙ୍କ ଦେହରେ ବାଜି ନଥିଲା। ଏହା ତାଙ୍କ ସୁରକ୍ଷାକର୍ମୀଙ୍କ ଦେହରେ ବାଜିଥିଲା। ଏହା ପରେ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଚପଲ ଫିଙ୍ଗିଥିବା ସମ୍ପୃକ୍ତ ଯୁବକଙ୍କୁ ପୋଲିସ କିଛି ସମୟ‌ ଅଟକ ରଖିଥିଲା। ଏହାପରେ ତାଙ୍କୁ ଛାଡ଼ି ଦେଇଥିବା ସୂଚନା ମିଳିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।