You are currently viewing ଜନନୀ ଯନ୍ତ୍ରଣା, ୩ କିମି ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ

ଜନନୀ ଯନ୍ତ୍ରଣା, ୩ କିମି ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ

  • Post category:ଓଡିଶା
  • Reading time:1 mins read

କେନ୍ଦୁଝର(ଏଏନଏସ) ୨୫.୧୧.୨୦୨୧, କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଶାଗପାଲି ଗ୍ରାମରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି । ମଲଡା ନଦୀରେ ପୋଲ ନିର୍ମାଣ ସରିନଥିବାରୁ  ଆମ୍ବୁଲାନ୍ସ ଗାଁକୁ ଯାଇପାରିନଥିଲା ଫଳରେ ଗୁରୁତର ଗର୍ଭବତୀ ମହିଳା ୩ କିମି ଷ୍ଟ୍ରେଚର ରେ ବୁହା ହୋଇ ମେଡିକାଲ ଯାଇଥିଲେ ।


ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଶାଗପାଳି ଗ୍ରାମର ନବର ମୁଣ୍ଡାଙ୍କ ସ୍ତ୍ରୀ ସୀତା ମୁଣ୍ଡାଙ୍କ ପ୍ରସବ ବେଦନା ହୋଇଥିଲା । ଗ୍ରାମର ଆଶା କର୍ମୀ ଉର୍ମିଳା ଆରୁକ ସୀତାଙ୍କୁ ମେଡିକାଲ ନେବା ପାଇଁ ଆମ୍ଭୁଲାନ୍ସକୁ ଯୋଗା ଯୋଗ କରିଥିଲେ ।  ନଦୀରେ ପୋଲ କାମ  ସରି ନଥିବାରୁ ଗାଁକୁ ଆମ୍ଭୁଲାନ୍ସ ଯାଇ ପାରି ନଥିଲା, ଅଧା ବାଟରେ ଅଟକି ଥିଲା ଫଳରେ ଶାଗପାଳି ଠାରୁ ସିମିନା ପଟାଳି ପର୍ଯ୍ୟନ୍ତ ୩ କିମି ଷ୍ଟ୍ରେଚରରେ ଆଶା କର୍ମୀ ଙ୍କ ସହ ପରିବାର ଲୋକେ ବୋହି ମଲଡା ନଦୀ ପାର କରି ଆମ୍ଭୁଲାନ୍ସ ଯୋଗେ ବାଂଶପାଳ ମେଡିକାଲ ନେଇ ଭର୍ତ୍ତି କରିଛନ୍ତି । ସୀତା ମୁଣ୍ଡା ଏବେ ମେଡିକାଲ ରେ ଚିକିତ୍ସିତ ହେଉଥିବା ଜଣା ପଡିଛି ।

ନୟାକୋଟ ଠାରୁ ଶାଗପାଳିକୁ ସଂଯୋଗ କରୁଥିବା ଏହି ରାସ୍ତାରେ ମଲଡା ନଦୀରେ ନିର୍ମାଣ ହେଉଥିବା ପୋଲଟି ବର୍ଷ ବର୍ଷ ଧରି କାମ ସମ୍ପୂର୍ଣ୍ଣ ହୋଇନ ଥିବାରୁ ଜରୁରୀ କାଳୀନ ସମୟରେ ଆମ୍ଭୁଲାନ୍ସ ମଧ୍ୟ ଯାଇପାରୁନାହିଁ ଫଳରେ ବର୍ଷ ବର୍ଷ ଧରି ଗୁରୁତର ରୋଗୀ ମେଡିକାଲ ଯାଇନପାରି ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି. ପୋଲ କାମ ଶୀଘ୍ର ସାରିବାକୁ ସାଧାରଣ ରେ ଦାବି ହେଉଛି।

ଅନ୍ୟମାନଙ୍କୁ ଜଣାନ୍ତୁ।