president

ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

  • Post category:ଓଡିଶା
  • Reading time:1 mins read

ଏଏନଏସ: ଜଗତସିଂହପୁର ଜିଲ୍ଲା ପାରାଦୀପକୁ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏନେଇ ଉତ୍ସାହିତ ବନ୍ଦର ନଗରୀ ବାସିନ୍ଦା ଓ କର୍ମଚାରୀ। କାରଣ ଆଉ ଦିନକ ପରେ ପାରାଦୀପରେ ପହଞ୍ଚିବେ ଦେଶର ପ୍ରଥମ ନାଗରିକ। ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । ପ୍ରତି ବର୍ଷ ବନ୍ଦର କର୍ତ୍ତୃପକ୍ଷ ପାଳୁଥିବା ବୋଇତ ବନ୍ଦାଣ ଉତ୍ସବ ଚଳିତ ବର୍ଷ ଆହୁରି ଜୀବନ୍ତ ହୋଇ ଉଠିବ କାରଣ ଚଳିତ ବର୍ଷ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। 

ଚଳ ଚଞ୍ଚଳ ଏବେ ପୁରା ବନ୍ଦର ନଗରୀ ପାରାଦୀପ । ପାରାଦୀପର ଗଳିକନ୍ଦି ଏବେ ଚିକ୍ ଚିକ୍ ମାରୁଛି । ଆଉ ମାତ୍ର ଗୋଟାଏ ଦିନ ପରେ ଗୋପବନ୍ଧୁ ଷ୍ଟାଡିୟମରେ ଅବତରଣ କରିବ ଭାରତୀୟ ବାୟୁ ସେନାର ହେଲିକପ୍ଟର। ଆଉ ସେଥିରୁ ଓହ୍ଲାଇ ପାରାଦୀପ ମାଟିରେ ପାଦ ଥାପିବେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ।

ଗୋପବନ୍ଧୁ ଷ୍ଟାଡିୟମରୁ ସିଧା ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ୱେଷ୍ଟ ବେସିନ୍ ଯିବେ ମହାମହିମ। ଓଡ଼ିଆ ଜାତିର ନୌବାଣିଜ୍ୟ ପରମ୍ପରାକୁ ନୂତନ ପିଢିର ମନରେ ଉଦଜୀବିତ ରଖିବା ଉଦ୍ଦେଶ୍ୟ ନେଇ ବାଣିଜ୍ୟ କରିବାକୁ ଯିବାକୁ ପ୍ରସ୍ତୁତ ଥିବା ସାତ ସାଧବ ପୁଅର ବୋଇତକୁ ମେଲାଣି ଦେବେ । ଚଳିତ ବର୍ଷ ବନ୍ଦରର ସମୃଦ୍ଧି ଆଉ ବ୍ୟବସାୟ ବୃଦ୍ଧି ନେଇ ପୂଜାର୍ଚ୍ଚନା ହେବ । ଏହାପରେ ନେହେରୁବଙ୍ଗଳାରେ କିଛି ମତ୍ସଜୀବିଙ୍କ ସହ ସାକ୍ଷାତର କାର୍ଯ୍ୟକ୍ରମ ରହିଛି। ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପାରାଦୀପ ବନ୍ଦର ଚତୁଃପାଶ୍ୱର୍ରେ ନାଭାଲ୍ ହେଲିକ୍ୟାପ୍ଟର ପଇଁତରା ମାରୁଥିବା ବେଳେ କୋଷ୍ଟଗାର୍ଡ ତରଫରୁ ସମୁଦ୍ରରେ ସଜାଗ ରହିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।