You are currently viewing କନ୍ଧମାଳର ୩ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଯୁବ କଂଗ୍ରେସ ସଭାପତିଙ୍କ ନାମ ଘୋଷିତ

କନ୍ଧମାଳର ୩ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଯୁବ କଂଗ୍ରେସ ସଭାପତିଙ୍କ ନାମ ଘୋଷିତ

ଫୁଲବାଣୀ -୦୭.୧୦.୨୦୨୧( ରଞ୍ଜିତ କୁମାର ଦିଗାଲ୍ ), କନ୍ଧମାଳ ଜିଲ୍ଲା ୩ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଯୁବ କଂଗ୍ରେସ ସଭାପତିଙ୍କ ନାମ ଘୋଷଣା କରାଯାଇଛି । ଫୁଲବାଣୀ ବିଧାନସଭା ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଭାବେ ଶ୍ରୀ ବସନ୍ତ ଦିଗାଲ୍ ଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଘୁ ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଯୁବ କଂଗ୍ରେସ ସଭାପତି ଭାବେ ଶିଶିର ସୁନାମାଝି ଏବଂ ବାଲିଗୁଡା ବିଧାନସଭା ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଭାବେ ସଦାନନ୍ଦ ମଲ୍ଲିକଙ୍କ ନାମ ଘୋଷଣା କରାଯାଇଛି ବୋଲି କନ୍ଧମାଳ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ର ବସନ୍ତ କୁମାର ପାଢ଼ୀ ସୂଚନା ଦେଇଛନ୍ତି ।

କନ୍ଧମାଳ ଜିଲ୍ଲା ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢ଼ୀ ସୁପାରିଶକ୍ରମେ ଓଡ଼ିଆ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ’ ସ୍ୱତିରଞ୍ଜନ ଲେଙ୍କା ଏହି ୩ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ଏହି ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ର ନବ ନିର୍ବାଚିତ ଯୁବ କଂଗ୍ରେସ ସଭାପତି ଙ୍କୁ ନେଇ କନ୍ଧମାଳ ଜିଲ୍ଲାରେ ଆଗାମୀ ଦିନରେ ଯୁବ କଂଗ୍ରେସ କୁ ଅଧିକ ସଂଗଠିତ ଓ ଶକ୍ତିଶାଳୀ କରାଯିବ ବୋଲି ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ପାଢୀ କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।