You are currently viewing କୋଭିଡ କଟକଣାକୁ କଡାକଡି ଭାବେ ପାଳନ କରିବାକୁ ଡିଜିପି ଙ୍କ ନିବେଦନ
Odisha DGP Abhay.

କୋଭିଡ କଟକଣାକୁ କଡାକଡି ଭାବେ ପାଳନ କରିବାକୁ ଡିଜିପି ଙ୍କ ନିବେଦନ

ଭୁବନେଶ୍ୱର-୨୯.୦୪.୨୦୨୧, ରାଜ୍ୟରେ କୋରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି | ରାଜ୍ୟରେ କୋରୋନାର ମୁକାବିଲା ନେଇ ଆଜି ପୋଲିସ ଡିଜି ଅଭୟ ପ୍ରେସ୍‌ମିଟ କରିଛନ୍ତି । କୋଭିଡ କଟକଣାକୁ କଡାକଡି ଭାବେ ପାଳନ କରିବାକୁ ନିବେଦନ କରିଛନ୍ତି ଡିଜି ଅଭୟ | ଏହା ସହ ଭଲ ଭଲେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତ୍ୱ ପାଳନ କରିବାକୁ ଅପିଲ କରିଛନ୍ତି | ଏହା ବ୍ୟତୀତ ସେ କହିଛନ୍ତି ଯେ, ଅପରାଧ ନିୟନ୍ତ୍ରଣ ପୋଲିସର ମୁଖ୍ୟ କାମ, ଏଥିରେ ସନ୍ତୋଷ ମିଳେ । କିନ୍ତୁ ବର୍ତ୍ତମାନର ପରିସ୍ଥିତିରେ ଅମାନିଆଙ୍କୁ ଧରିବାରେ ସମୟ ଯାଉଛି ।
ଡିଜି ଅଭୟ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ଏପ୍ରିଲ ମାସରେ ମାସ୍କ ନ ପିନ୍ଧିଥିବାରୁ ଅମାନିଆଙ୍କ ଠାରୁ ୫.୨୪ କୋଟି ଫାଇନ ଆଦାୟ ହୋଇଛି । ଏହା ସହ ମାସ୍କ ଓ ସାମାଜିକ ଦୂରତା ପାଇଁ ୫ କୋଟି ୬୬ ଲକ୍ଷ ଫାଇନ ଆଦାୟ କରାଯାଇଛି । କୋଭିଡ କଟକଣା ଉଲଙ୍ଘନ ପାଇଁ ୪୧୮ ଗିରଫ ଏବଂ ୧୮ ହଜାରରୁ ଅଧିକ ଗାଡି ସିଜ କରାଯାଇଛି । ଏସବୁ କରିବା ପାଇଁ ଆମକୁ ଭଲ ଲାଗୁନଥିଲେ ମଧ୍ୟ ଆପଣମାନଙ୍କ ସୁରକ୍ଷା ପାଇଁ ଆମେ ଏହା କରିବାକୁ ବାଧ୍ୟ ହେଉଛୁ ବୋଲି କହିଛନ୍ତି ପୋଲିସ ଡିଜି |

ଅନ୍ୟମାନଙ୍କୁ ଜଣାନ୍ତୁ।