You are currently viewing ମହିଳାଙ୍କୁ ଗଣଦୁଷ୍କର୍ମ

ମହିଳାଙ୍କୁ ଗଣଦୁଷ୍କର୍ମ

  • Post category:ଓଡିଶା
  • Reading time:1 mins read

ସୁନ୍ଦରଗଡ(୩.୧.୨୩) : ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ଗଣଦୁଷ୍କର୍ମ। ସୁନ୍ଦରଗଡ଼ ସଦର ଥାନା କୋପସିଂଘା ନିକଟରେ ଏହି କୁତ୍ସିତ ଘଟଣା ଘଟିଛି। ପୀଡିତା ଜଣଙ୍କ ମାଛ ବିକି ଘରକୁ ଫେରୁଥିବା ବେଳେ ଗଣଦୁଷ୍କର୍ମ ଶିକାର ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ସେପଟେ ଘଟଣାର ତଦନ୍ତ କରି ପୁଲିସ ୩ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହି ମାମଲାରେ ସମ୍ପୃକ୍ତ ଅନ୍ୟତମ ଅଭିଯୁକ୍ତକୁ ଧରିବାକୁ ପୁଲିସ ଚଢାଉ ଜାରି ରଖିଛି। ପୀଡ଼ିତା ଜଣକ ମାଛ ବିକି ଗୁଜୁରାଣ ମେଣ୍ଟାନ୍ତି। ଗତକାଲି ସୁନ୍ଦରଗଡ଼ ସହରରେ  ମାଛ ବିକି ରାତି ପ୍ରାୟ ୮ଟାରେ ଘରକୁ ଫେରୁଥିଲେ। ସଦର ଥାନା କୋପସିଂହା ନିକଟ ନିଛାଟିଆ ରାସ୍ତାରେ ସେ ଏକୁଟିଆ ଆସୁଥିବା ବେଳେ ୪ ଜଣ ଯୁବକ ଜୋରଜବରଦସ୍ତ ତାଙ୍କୁ ଟେକି ନେଇ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।