You are currently viewing ରାସ୍ତା ଉପରେ କ୍ଷୀର ଢାଳି ପ୍ରତିବାଦ

ରାସ୍ତା ଉପରେ କ୍ଷୀର ଢାଳି ପ୍ରତିବାଦ

  • Post category:ଓଡିଶା
  • Reading time:1 mins read

ସାଲେପୁର(୨୧.୨.୨୩) : ରାସ୍ତା ଉପରେ କ୍ଷୀର ଢାଳି ଗୋ-ଚାଷୀଙ୍କ ପ୍ରତିବାଦ । OMFEDର ଚାଷୀମାରଣ ନୀତିକୁ ବିରୁଦ୍ଧ । କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଏରକଣା ବଜାରରେ ବିକ୍ଷୋଭ କରିଛନ୍ତି ଗୋ-ଚାଷୀ । OMFED କମ୍ପାନି ଅନ୍ୟ ଦୁଗ୍ଧ କମ୍ପାନିଙ୍କଠାରୁ ଲିଟର ପିଛା ଖୁବ୍‌ କମ୍‌ ମୂଲ୍ୟ ଦେଉଥିବା ଅଭିଯୋଗରେ ବିକ୍ଷୋଭ କରାଯାଇଛି ।ମାର୍କେଟରେ ଗୋ-ଦାନା, ମେଡ଼ିସିନ, ଚୋକଡ଼ ମୂଲ୍ୟ ଆଦି ବୃଦ୍ଧି ହେଉଛି । ହେଲେ ଦୁଗ୍ଧର ଉଚିତ୍‌ ମୂଲ୍ୟ ପାଉନଥିବା ସହ କ୍ଷତି ସହୁଥିବା କହିଛନ୍ତି ଗରିବ ଗୋ-ଚାଷୀ । ତେବେ OMFED ଯଦି ଲିଟର ପିଛା ଦର ବୃଦ୍ଧି ନକରେ ତେବେ ଗୋ-ଚାଷୀ ଆଗକୁ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।