You are currently viewing ପୂଜା ସାମଗ୍ରୀକୁ ଠିକ୍‌ ସ୍ଥାନରେ ନରଖିଲେ ପଡିଥାଏ ନକାରାତ୍ମକ ପ୍ରଭାବ

ପୂଜା ସାମଗ୍ରୀକୁ ଠିକ୍‌ ସ୍ଥାନରେ ନରଖିଲେ ପଡିଥାଏ ନକାରାତ୍ମକ ପ୍ରଭାବ

ଆମ ହିନ୍ଦୁ ଧର୍ମରେ ପୂଜାର ଅନେକ ମହତ୍ୱ ରହିଛି। କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ପୂଜା ସାମଗ୍ରୀକୁ ଯଦି ଠିକ୍‌ ସ୍ଥାନରେ ନ ରଖାଯାଏ; ତାହାର ନକାରାତ୍ମକ ପ୍ରଭାବ ପରିବାର ଉପରେ ପଡିଥାଏ । ତେବେ ଆସନ୍ତୁ ଜାଣିବା କେଉଁଠି ପୂଜା ସାମଗ୍ରୀ ରଖିବା ଉଚିତ …

ପୂଜା ଘରେ କୌଣସି ମଣି କିମ୍ବା ରତ୍ନ ପଥରକୁ ରଖିବାକୁ ଚାହୁଁଥିଲେ, ତାହାକୁ ମଧ୍ୟ ସଫା କପଡ଼ା ଉପରେ ରଖିବା ଆବଶ୍ୟକ।

ଜଳନ୍ତା ଦୀପକୁ କେବେବି ଖାଲିରେ ତଳେ ଥୋଇବା ଠିକ୍‌ ନୁହେଁ। ଅଳ୍ପ କିଛି ଅରୁଆ ଚାଉଳ ରଖି ତା’ଉପରେ ଦୀପ ଥୋଇପାରିବେ କିମ୍ବା ଦୀପଷ୍ଟାଣ୍ଡ ଉପରେ ରଖି ଦୀପକୁ ଜଳାଇପାରିବେ।

ଶାଳଗ୍ରାମଙ୍କୁ ମଧ୍ୟ ଖାଲିରେ ତଳେ ନ ରଖି ସର୍ବଦା ସଫା ରେଶମୀ କପଡ଼ା ଉପରେ ରଖିବା ଦରକାର।

ଦେବୀଦେବଙ୍କ ମୂର୍ତ୍ତିକୁ ସର୍ବଦା କାଠ କିମ୍ବା ପିତଳର ଖଟୁଲି ହେଉ କିମ୍ବା କୌଣସି ଆସ୍ଥାନ ଉପରେ ନାଲି ରଙ୍ଗର ସଫା କପଡ଼ା ପକାଇ ତା’ଉପରେ ରଖିବା ଉତ୍ତମ ହୋଇଥାଏ।

କେବଳ ମୂର୍ତ୍ତି ନୁହେଁ, ଦେବୀଦେବଙ୍କର ବସ୍ତ୍ର ଓ ଆଭୂଷଣକୁ ମଧ୍ୟ ଚଟାଣ ଉପରେ ସେମିତି ଥୋଇବା ଠିକ୍‌ ନୁହେଁ। ଏହାକୁ ପରିଷ୍କାର ସ୍ଥାନରେ ପଲିଥିନ୍‌ ହେଉ ଅବା କାଗଜରେ ଭଲ ଭାବେ ଗୁଡ଼ାଇକି ରଖିବା ଦରକାର।

ପ୍ରଭୁଙ୍କୁ ଅର୍ପଣ କରାଯାଉଥିବା ଫୁଲକୁ ବି ତଳେ ନ ରଖି କୌଣସି ପବିତ୍ର ଧାତୁ କିମ୍ବା ସ୍ବଚ୍ଛ ପାତ୍ରରେ ରଖିବା ଦରକାର।

କଳସକୁ ମଧ୍ୟ ଖାଲି ଚଟାଣରେ ନ ରଖି ପିତଳ ଥାଳି ଉପରେ ରଖିପାରିବେ।

ଶଙ୍ଖକୁ ବି ସର୍ବଦା କାଠ ହେଉ ଅବା ପିତଳର ଶଙ୍ଖ ଷ୍ଟାଣ୍ଡ କିମ୍ବା ସଫା କପଡ଼ା ଉପରେ ରଖିବା ଶୁଭ ହୋଇଥାଏ।

ଅନ୍ୟମାନଙ୍କୁ ଜଣାନ୍ତୁ।