You are currently viewing ପୁଣି ବଢିଲା କରୋନା ସଂକ୍ରମଣ

ପୁଣି ବଢିଲା କରୋନା ସଂକ୍ରମଣ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏ ଏନ୍ ଏସ)୨୭/୦୪,ଓଡ଼ିଶାରେ ପୁଣି ବଢିଲା କରୋନା ସଂକ୍ରମଣ । ଦିନକରେ ୫୦୦ ଉପରେ ରହିଛି ପଜିଟିଭ୍‌ କେସ୍‌। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୧୬ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୪୨୪ । ଏହି ସମୟରେ ମୋଟ୍‌ ୭ହଜାର ୪୬୨ କୋଭିଡ୍‌ ଟେଷ୍ଟ ହୋଇଛି । ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌ । ସୁସ୍ଥ ହୋଇଛନ୍ତି ୨୮୭ ଆକ୍ରାନ୍ତ । ଏବେ ରାଜ୍ୟରେ ଆକ୍ଟିଭ୍‌ କେସ୍‌ ସଂଖ୍ୟା ୩ ହଜାର ୫୯୭କୁ ବୃଦ୍ଧି ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।