You are currently viewing ପୁଣି ବିମାନରେ ଯାତ୍ରୀଙ୍କ ଉପରେ ପରିସ୍ରା ଅଭିଯୋଗ

ପୁଣି ବିମାନରେ ଯାତ୍ରୀଙ୍କ ଉପରେ ପରିସ୍ରା ଅଭିଯୋଗ

  • Post category:ଓଡିଶା
  • Reading time:1 mins read

ନୂଆଦିଲ୍ଲୀ ୨୫/୦୪, ପୁଣି ବିମାନରେ ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଅଭିଯୋଗ । ଆମେରିକାନ ଏୟାରଲାଇନ୍ସ ବିମାନରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଘଟଣାରେ ଜଣେ ଯାତ୍ରୀଙ୍କୁ ଗିରଫ କରାଯାଇଛି । ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ବେଳେ ଜଣେ ଭାରତୀୟ ନାଗରିକଙ୍କୁ ଦିଲ୍ଲୀ ଏୟରପୋର୍ଟରେ ଗିରଫ କରାଯାଇଛି । ସିଭିଲ ଏଭିଏସନ୍‌ ଆକ୍ଟ ଅନୁସାରେ ତାଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଯାତ୍ରୀ ଜଣକ ପ୍ରବଳ ନିଶାରେ ଥିଲେ । କୌଣସି କାରଣରୁ ପାଟିତୁଣ୍ଡ ବେଳେ ସହଯାତ୍ରୀଙ୍କ ଉପରେ ପରିସ୍ରା କରିଦେଇଥିଲେ । ୬ ମାସରେ ଏଭଳି ଚତୁର୍ଥ ଘଟଣା ଦେଖିବାକୁ ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।