You are currently viewing ପୂର୍ବତନ ଡେପୁଟି ମେୟରଙ୍କ ପରଲୋକ

ପୂର୍ବତନ ଡେପୁଟି ମେୟରଙ୍କ ପରଲୋକ

  • Post category:ଓଡିଶା
  • Reading time:1 mins read

କଟକ (ଏଏନଏସ) ୨୩/୧୧, କଟକ ପୌର ନିଗମର ପୂର୍ବତନ ଡେପୁଟି ମେୟର, ବିଜେଡିର ବରିଷ୍ଠ ନେତା ତଥା କଟକ ଘରୋଇ ବସ୍‌ ମାଲିକ ସଂଘର ସଂପାଦକ ଅଜୟ କୁମାର ବାରିକଙ୍କ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ହୋଇଥିଲା। ଶଙ୍କରପୁର ବାରିକ ସାହିର ବାସିନ୍ଦା ଅଜୟ ବାରିକ କ୍ୟାନସର ରୋଗରେ ପୀଡ଼ିତ ଥିଲେ। ଗତକାଲି ବିଳମ୍ବିତ ରାତିରେ ସେ ଗୁରୁତର ଅସୁସ୍ଥ ହୋଇ ପଡିବା ସହିତ ତାଙ୍କର ବାଦାମବାଡି ଲିଙ୍କରୋଡ୍ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ଶେଷ ସମୟରେ ନିକଟରେ ପତ୍ନୀ କର୍ପୋରେଟର ମଧୁସ୍ମିତା ବାରିକ, ଝିଅ ଡାକ୍ତର ମନୀଷା ବାରିକ, ପୁଅ ମନୀଷ ବାରିକ, ବୋହୂ ପଦ୍ମା, ବଡ଼ଭାଇ ରାଜକିଶୋର ବାରିକ, ବନ୍ଧୁ ଓ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ଏହି ଖବର ପାଇ ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ଵାଳ, ବସ ମାଲିକ ସଂଘର ବିଭିନ୍ନ କର୍ମକର୍ତ୍ତା, ଶଙ୍କରପୁର ଅଞ୍ଚଳର ମୁରବୀମାନେ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆଜି ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ।

ଅନ୍ୟମାନଙ୍କୁ ଜଣାନ୍ତୁ।