You are currently viewing ପ୍ରତ୍ୟାହାର ହେଲା ‘ମଦ କୁଡ଼ିଆ’ ଯୋଜନା

ପ୍ରତ୍ୟାହାର ହେଲା ‘ମଦ କୁଡ଼ିଆ’ ଯୋଜନା

ପୁରୀ-୨୯.୦୭.୨୦୨୧, ପ୍ରତ୍ୟାହୃତ ହେଲା ପୁରୀ ବେଳାଭୂମିରେ ହେବାକୁଥିବା ‘ମଦ କୁଡ଼ିଆ’ ଯୋଜନା । ‘ମଦ କୁଡ଼ିଆ’ ଯୋଜନା ପ୍ରତ୍ୟାହାର ନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏବଂ ବେଳାଭୂମିକୁ ଆଧୁନିକୀକରଣ କରିବା ପାଇଁ OTDC ପକ୍ଷରୁ ପୁରୀ ବେଳାଭୂମିରେ ଏହି ବ୍ୟବସ୍ଥା କରାଯିବା ନେଇ ନିଷ୍ପତ୍ତି ହୋଇଥିଲା ।

ଶ୍ରୀକ୍ଷେତ୍ର ଭଳି ପୁଣ୍ୟ ସ୍ଥାନରେ ପର୍ଯ୍ୟଟନର ବିକାଶ ନାଁରେ ମଦ ପ୍ରସାରର ଯୋଜନାକୁ କଡା ବିରୋଧ କରିଥିଲେ ପୁରୀର ବିଭିନ୍ନ ସଂଗଠନ । ଏହି ଯୋଜନାକୁ ବନ୍ଦ କରିବା ପାଇଁ ୨୧ଟି ସଙ୍ଗଠନ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲା । ଏହା ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଉଠିଥିଲା।
ଏନେଇ ପର୍ଯ୍ୟଟନ ବିଭାଗ ତରଫରୁ ଏକ ସ୍ୱତନ୍ତ୍ର ବୈଠକ ବସିଥିଲା। ବୈଠକରେ ସବିଶେଷ ଆଲୋଚନା କରାଯାଇଥିଲା । ଏହାପରେ ଏହି ଯୋଜନାରୁ ପୁରୀ ଜିଲ୍ଲାକୁ ବାଦ ଦିଆଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।