You are currently viewing ବିଶ୍ୱସ୍ତରୀୟ ହେବ ଭୁବନେଶ୍ୱର ରେଳଷ୍ଟେସନ

ବିଶ୍ୱସ୍ତରୀୟ ହେବ ଭୁବନେଶ୍ୱର ରେଳଷ୍ଟେସନ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର-୨୪.୦୭.୨୦୨୧, ରାଜଧାନୀ ଭୁବନେଶ୍ୱରସ୍ଥିତ ରେଳଷ୍ଟେସନ ବିଶ୍ୱସ୍ତରୀୟ ହେବ । ଏଥିପାଇଁ ପ୍ରସ୍ତୁତି ଜାରି ରହିଛି । ଏନେଇ ରେଳଷ୍ଟେସନରେ ଆବଶ୍ୟକ ଭିତ୍ତିଭୂମି ଅନୁଧ୍ୟାନ କରିଛନ୍ତି ପୂର୍ବତଟ ରେଳବାଇର ମ୍ୟାନେଜର ବିଦ୍ୟାଭୂଷଣ । ଏହାକୁ ବିଶ୍ବସ୍ତରୀୟ ଏବଂ ଉନ୍ନତଧରଣର କରିବା ପାଇଁ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ନିୟମିତ ଭାବେ ଏନେଇ ବୈଠକ ଜାରି ରହିଛି।
ଷ୍ଟେସନରେ ସୌନ୍ଦର୍ଯ୍ୟକରଣ, ଉନ୍ନତିକରଣ ଓ ଯାତ୍ରୀ ସୁବିଧା ହେବ । ଷ୍ଟେସନରେ ପାର୍କିଂ, ସପିଙ୍ଗ ମଲ୍‌ ସୁବିଧା ବି କରାଯିବ । ଏଥିପାଇଁ ଆସନ୍ତା ୬ମାସ ମଧ୍ୟରେ ଏନେଇ ଟେଣ୍ଡର ଡକାଯିବ ଓ ତା’ପରେ ଯୋଜନା ଅନୁସାରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପୂର୍ବତଟ ରେଳବାଇ ଜେନେରାଲ ମ୍ୟାନେଜର ବିଦ୍ୟା ଭୂଷଣ କହିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।