You are currently viewing ରାଜ୍ୟରେ ଆସନ୍ତା ଦୁଇଦିନ ବର୍ଷା ସମ୍ଭାବନା

ରାଜ୍ୟରେ ଆସନ୍ତା ଦୁଇଦିନ ବର୍ଷା ସମ୍ଭାବନା

ଭୁବନେଶ୍ୱର(ଏଏନଏସ)୧୯.୦୨.୨୦୨୨, ଆସନ୍ତା ଦୁଇ ଦିନ ଅର୍ଥାତ ଆଜି ଓ ଆସନ୍ତାକାଲି ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୧୯ ତାରିଖରେ ସୁନ୍ଦରଗଡ,ଝାରସୁଗୁଡା, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିପରି ୨୦ ତାରିଖରେ ଉତ୍ତର ଉପକୂଳ ଓଡିଶା ଓ ଦକ୍ଷିଣ ଉପକୂଳ ଓଡିଶାର କିଛି ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି । କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ମଧ୍ୟ ହୋଇପାରେ । ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ରାତି ତାପମାତ୍ରା ବୃଦ୍ଧି ପାଉଛି, ଶୀତ କମୁଛି । ଦାରିଙ୍ଗିବାଡ଼ି ଓ କୋରାପୁଟରେ ରାତି ତାପମାତ୍ରା ବଢ଼ି ୧୩ ଡିଗ୍ରୀରେ ରେକର୍ଡ ହୋଇଥିଲାବେଳେ ଗୋପାଳପୁରରେ ସର୍ବନିମ୍ନ ତାପମାତ୍ରା ୨୧.୪ ଡିଗ୍ରୀ, ପୁରୀରେ ୨୦.୬, ନୟାଗଡ଼ରେ ୧୯.୫, ପାରାଦୀପରେ ୧୯.୨, ଛତ୍ରପୁର ଓ ଟିଟିଲାଗଡ଼ରେ ୧୮ ଡିଗ୍ରୀ ରେକର୍ଡ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।