You are currently viewing ଝଡବର୍ଷା ତଥା ବଜ୍ରପାତ ଆଶଙ୍କା; ୧୭ ଜିଲ୍ଲାରେ ସତର୍କ ସୂଚନା ଜାରି

ଝଡବର୍ଷା ତଥା ବଜ୍ରପାତ ଆଶଙ୍କା; ୧୭ ଜିଲ୍ଲାରେ ସତର୍କ ସୂଚନା ଜାରି

ଭୁବନେଶ୍ୱର-୦୪.୦୫.୨୦୨୧, ରାଜ୍ୟର କିଛି ଜିଲ୍ଲାରେ ଝଡବର୍ଷା ତଥା ବଜ୍ରପାତ ଆଶଙ୍କା ରହିଛି । ଅପରାହ୍ନ ୨ଟା ୧୫ ସୁଦ୍ଧା ୧୭ ଜିଲ୍ଲାରେ ଝଡ଼ବର୍ଷା ଓ ବଜ୍ରପାତ ଆଶଙ୍କା ରହିଛି । ଏନେଇ ୧୭ ଜିଲ୍ଲାରେ ସତର୍କ ସୂଚନା ଜାରି ହୋଇଛି । ସୁରକ୍ଷିତ ଜାଗାରେ ଆଶ୍ରୟ ନେବାକୁ ଲୋକଙ୍କୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ସତର୍କ ସୂଚନା ଜାରି ହୋଇଥିବା ଜିଲ୍ଲା ଗୁଡିକ ହେଲା – କେନ୍ଦ୍ରାପଡ଼ା, ଜଗତସିଂହପୁର, ସମ୍ବଲପୁର, ଅନୁଗୁଳ, ଭଦ୍ରକ, କୋରାପୁଟ, କେନ୍ଦୁଝର, ପୁରୀ, ବାଲେଶ୍ବର, କଟକ, ମୟୂରଭଞ୍ଜ, ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳ, ଗଞ୍ଜାମ, ରାୟଗଡ଼ା ଓ ସୁନ୍ଦରଗଡ଼ ।

ଅନ୍ୟମାନଙ୍କୁ ଜଣାନ୍ତୁ।