rain1

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା: ତାତିରୁ ମିଳୁନି ତ୍ରାହି 

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ): ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲେ ମଧ୍ୟ ଅସହ୍ୟ ତାତିରୁ ମିଳିନି ତ୍ରାହି । ଆଜି କିଛି ସ୍ଥାନରେ ତାପମାତ୍ରା କମ ରହିଥିବା ବେଳେ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୪୩. ୮ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ୧୭ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଛି ।

ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଯୋଗୁ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଉଷ୍ମ- ଆର୍ଦ୍ର ପାଣିପାଗ ଯୋଗୁଁ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । ଯେଉଁ ସ୍ଥାନରେ ବର୍ଷା ହେଉଛି ସେଠାରେ ତାପମାତ୍ରା କମିଛି, ଆଉ ଯେଉଁ ସ୍ଥାନରେ ବର୍ଷା ନାହିଁ, ସେଠାରେ ସାଂଘାତିକ ସ୍ଥିତି ହେଉଛି। ଦୁଇ ଦିନ ପରେ ପୁଣି ଗ୍ରୀଷ୍ମ ପ୍ରବାହ ସୃଷ୍ଟି ହେବାର ଆଶଙ୍କା ରହିଛି । ଏନେଇ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।

ଅନ୍ୟମାନଙ୍କୁ ଜଣାନ୍ତୁ।