You are currently viewing ଆଉ ନାହାନ୍ତି ରାଜେଶ୍ୱରୀ ରାୟ

ଆଉ ନାହାନ୍ତି ରାଜେଶ୍ୱରୀ ରାୟ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୨୧/୦୭, ସକାଳୁ ସକାଳୁ ସାମ୍ନାକୁ ଆସିଲା ଏକ ଦୁଃଖଦ ଖବର । ଓଡିଆ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ଆଉ ନାହାନ୍ତି । କ୍ୟାନସରରେ ପୀଡିତ ହୋଇ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିଲେ । ଏକାଧିକ ଓଡିଆ ଦାରାବାହିକରେ ଅଭିନୟ କରି ପ୍ରଶଂସା ସାଉଁଟିଥିଲେ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗତକାଲି ରାତିରେ ତାଙ୍କର ନିଧନ ହୋଇଛି । କ୍ୟାନସରରେ ପୀଡିତ ହୋଇ ମଧ୍ୟ ସେ କେବେବି ଭାଙ୍ଗିପଡିନଥିଲେ । ବହୁତ ଦୃଢ ମନୋବଳ ଥିଲା ତାଙ୍କର । କ୍ୟାନସର ସହ ଲଢି କ୍ୟାନସରକୁ ହରାଇବେ ବୋଲି ଅନେକ ସମୟରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିବା ଶୁଣିବାକୁ ମିଳିଛି । ଏତେ ଦୃଢ ମନୋବଳ ରଖି ମଧ୍ୟ ଆଜି ସେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ।
ସୂୁନାରୁ ପ୍ରକାଶ ଯେ ଗତକାଲି ସେ ତାଙ୍କ ବାପାଙ୍କ ଘରକୁ ବାଲେଶ୍ୱର ଯାଇଥିଲେ । ସେଠାରେ ସେ ଅଚାନକ ଅସୁସ୍ଥ ହୋଇପଡିଥିଲେ । ସେଠାରୁ ତାଙ୍କୁ ଆଣି ସମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କର ଦେହାନ୍ତ ହୋଇଛି । ରାଜେଶ୍ୱରୀଙ୍କର ଏପରି ଅଚାନକ ଚାଲିଯିବା ସମସ୍ତଙ୍କୁ ମର୍ମାହାତ କରିଥିବା ବେଳେ ତାଙ୍କ ପ୍ରଶଂସକ ମାନଙ୍କୁ ଏକ ଶକ୍ତ ଝଟକା ଲାଗିଛି । ଓଲିଉଡରେ ଏବେ ଶୋକର ଛାୟା ଖେଳିଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।