ramesh

ବିଜେପିରେ ଯୋଗଦେଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ

ଏଏନଏସ: ବିଜେପିରେ ଯୋଗ ଦେଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆଠମଲ୍ଲିକ ବିଜେପି ବିଧାୟକ ପ୍ରାର୍ଥୀ ସଞ୍ଜୀବ ସାହୁଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ରମେଶ । ଗତକାଲି ବିଜେଡିରୁ ଇସ୍ତଫା ଦେବା ପରେ ଆଜି ବିଧାୟକ ରମେଶ ସାଏ ବିଜେପିରେ ମିଶିଛନ୍ତି । 

ସୂଚନାଯୋଗ୍ୟ ୨୦୧୯ ମସିହାରେ ବିଜେଡିରୁ ଲଢିଥିଲେ ରମେଶ ସାଏ । ଏଥର କିନ୍ତୁ ରମେଶଙ୍କ ବଦଳରେ ନଳିନୀ ପ୍ରଧାନଙ୍କୁ ଆଠମଲ୍ଲିକ ବିଧାନସଭା ଆସନରୁ ପ୍ରାର୍ଥୀ କରିଛି ବିଜେଡି । ଆଉ ଏଥିରେ ଅସନ୍ତୋଷ ପ୍ରକାଶ କରି ରମେଶ ସାଏ ଦଳ ଛାଡିଥିବା ଚର୍ଚ୍ଚା ହେଉଛି । 

ଅନ୍ୟମାନଙ୍କୁ ଜଣାନ୍ତୁ।