You are currently viewing ୩ୟ ଥର ରିମାଣ୍ଡରେ ଯିବେ ନକଲି ଡାକ୍ତର  !

୩ୟ ଥର ରିମାଣ୍ଡରେ ଯିବେ ନକଲି ଡାକ୍ତର !

ଭୁବନେଶ୍ୱର(ଏଏନଏସ)୦୩/୦୩, ଯେତିକି ଦିନ ବିତୁଛ. ନକଲି ଡାକ୍ତର ରମେଶ ସ୍ୱାଇଁର ଅପରାଧ ଓ ଠକାମିର ଫର୍ଦ୍ଦ ସେତିକି ଲମ୍ବି ଲମ୍ବି ଯାଉଛି । ତେବେ ଆହୁରି ଅଧିକ ତଥ୍ୟ ହାସଲ କରିବା ପୁଣି ଥରେ ରିମାଣ୍ଡରେ ଯିବ ରମେଶ ସ୍ୱାଇଁ । ଆଜି ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ୭ ଦିନ ରିମାଣ୍ଡ ପାଇଁ ଆବେଦନ କରିବ ପୋଲିସ । ଗୌହାଟୀ ମହିଳାଙ୍କୁ ଵିଵାହ ନାମରେ ୨୧ ଲକ୍ଷ ଠକେଇ ମାମଲାରେ ପୋଲିସ ରିମାଣ୍ଡରେ ଆଣିବ । ପୂର୍ବରୁ ୨ଟି ପର୍ଯ୍ୟାୟରେ ୮ ଦିନିଆ ରିମାଣ୍ଡରେ ଆସିଥିଲା ରମେଶ । ସେପଟେ ପାହାଳରେ ବାଉଣ୍ଡରୀ ବୁଲେଇବାକୁ କହି ଠିକାଦାରଙ୍କୁ ୭୦ ହଜାର ଠକିଥିବା ପାହାଳ ଥାନାରେ ଅଭିଯୋଗ କରିଛନ୍ତି ଠିକାଦାର । ଏବେ ସୁଦ୍ଧା ଓଡ଼ିଶାରେ ବିଭିନ୍ନ ଥାନାରେ ରମେଶଙ୍କ ନାଁରେ ୧୫ଟି ମାମଲା ରୁଜୁ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।