You are currently viewing ଆଜି ଆସୁଛନ୍ତି ମହାମହିମ

ଆଜି ଆସୁଛନ୍ତି ମହାମହିମ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୧୦/୦୨, ଆଜି ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୧ଟା ୪୫ରେ ବାୟୁସେନାର ସ୍ୱତନ୍ତ୍ର ହେଲିକେପ୍ଟରରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାମହିମଙ୍କୁ ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଛି । ପରେ ରାଷ୍ଟ୍ରପତି ସେଠାରୁ ଦିନ ୧୨ଟା ୨୫ରେ ଉତ୍କଳ ମଣ୍ଡପରେ ଅନୁଷ୍ଠିତ ଜ୍ଞାନପ୍ରଭା ମିସନର ପ୍ରତିଷ୍ଠା ଦିବସରେ ଯୋଗଦେବେ । ଅପରାହ୍‌ଣ ୪ ଟା ୫ରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି। ନିଜେ ପାଠ ପଢ଼ିଥିବା ମହାବିଦ୍ୟାଳୟ ଆଜି ବିଶ୍ୱବିଦ୍ୟାଳୟ । ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକ୍ରମ ପାଇଁ ନବବଧୂ ବେଶରେ ସଜେଇ ହୋଇଛି ରମାଦେବୀ ବିଶ୍ୱବିଦ୍ୟାଳୟ । ୪ ବର୍ଷ ରହି ରମାଦେବୀରେ ପାଠ ପଢ଼ିଥିଲେ ଦ୍ରୌପଦୀ ମୁର୍ମୁ । ଯେଉଁ କଲେଜରେ ପାଠ ପଢ଼ୁଥିଲେ, ସେହିଠି ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ୧୯୭୫ରୁ ୧୯୭୯ ପର୍ଯ୍ୟନ୍ତ ରମାଦେବୀରେ କଳାରେ ସ୍ନାତକ ପଢ଼ିଥିଲେ । ଏହି ସମୟରେ ହଷ୍ଟେଲରେ ରହିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ଅବସରରେ ରାଷ୍ଟ୍ରପତି ନିଜ ସହପାଠିନୀଙ୍କ ସହ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ୩୦ ଜଣ ସହପାଠିନୀଙ୍କୁ ନିମନ୍ତ୍ରଣ କରାଯାଇଛି । ପ୍ରବେଶ ପଥରୁ ପ୍ରେକ୍ଷାଳୟ ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶିକ୍ଷାନୁଷ୍ଠାନର ପୁରାତନ ଛାତ୍ରୀ ହୋଇଥିବାରୁ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ ଲାଗି କର୍ତ୍ତୃପକ୍ଷ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ରାଜଧାନୀରେ ସୁରକ୍ଷା ଦାୟିତ୍ୱରେ ମୋଟ ୪୦ ପ୍ଲାଟୁନ ଫୋର୍ସ ଓ ୨ ଶହ ଅଫିସର ରହିବେ । ବ୍ଲୁ ବୁକ୍‌ ଅନୁସାରେ କରାଯାଇଛି ସୁରକ୍ଷା ବନ୍ଦୋବସ୍ତ । ୩୦ଟି କାର ରାଷ୍ଟ୍ରପତିଙ୍କ କାରକେଡରେ ସାମିଲ ହେବେ । କ୍ଲିଅରିଂ କାର, ଜାମର ଭ୍ୟାନ, techno କାର, ଭିଭିଆଇପି କାର କାର୍କେଡ଼ରେ ରହିବେ । ଶନିବାର ଦ୍ରୌପଦୀ ମୁର୍ମୁ ଲିଙ୍ଗରାଜ ମନ୍ଦିର ଯିବେ । ଏହାସହ କଟକ ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ-NRRIରେ ଦ୍ୱିତୀୟ ରାଇସ କଂଗ୍ରେସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଅନ୍ୟମାନଙ୍କୁ ଜଣାନ୍ତୁ।