You are currently viewing ରଥଖଳାରେ ଚାଲିଛି ତିନିରଥର ଦଣ୍ଡା ନିର୍ମାଣ

ରଥଖଳାରେ ଚାଲିଛି ତିନିରଥର ଦଣ୍ଡା ନିର୍ମାଣ

  • Post category:ଓଡିଶା
  • Reading time:1 mins read


ପୁରୀ(ଏଏନଏସ)୦୨/୦୬, ବୁଧବାର ସନ୍ଧ୍ୟାସୁଦ୍ଧା ତାଳଧ୍ଵଜ, ନନ୍ଦିଘୋଷଏବଂ ଦେବଦଳନ ରଥର ୫ଟି ଲେଖାଏ ଦଣ୍ଡା ନିର୍ମାଣ ଆରମ୍ଭ କରାଯାଇଛି ମହାରଣା ସେବକମାନେ ଦଣ୍ଡାକାଠଗୁଡିକୁ ଚଉପଟ କରୁଛନ୍ତି । ଏହାଛଡା ଗରଗରା ଚଉପଟ କାର୍ଯ୍ୟ ଅବ୍ୟାହତ ରହିଛି । ତିନିରଥର ୪୨ ଚକ ମଧ୍ୟରୁ୩୯ଟି ଶେଷ ହୋଇଛି। ଆଉ ୩ଟି ତୁମରେ ଅର ଏବଂ ପହି ସଂଯୋଗ କରାଯାଉଛି। ତାଳଧ୍ଵଜ ଓ ନନ୍ଦିଘୋଷରଥର ୮ଟି ଲେଖାଏ ଏବଂ ଦେବଦଳନ ରଥର ୪ଗୋଟି ଗୁଜରେ ସିଂହବିରାଳ ମୂର୍ତ୍ତି ଖୋଦେଇ କରାଯାଉଛି। ୨୧ଟି ଅଖ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି।

ଖପୁରିଆ କରତକଳରୁ ପହି ଆସି ପହଞ୍ଚିଛି । ଦୋଳବେଦୀ କୋଣ ଅସ୍ଥାୟୀ କମାରଶାଳରେ ଓଝା ସେବକଙ୍କ ଦ୍ବାରା ତିନିରଥ ନିର୍ମାଣ ପାଇଁ ଘଡିମୁହଁ ଓ ଦଣ୍ଡାକଣ୍ଟା ପ୍ରସ୍ତୁତ କରାଯାଇଛି। ଗରଗରା କଣ୍ଟା, ଗୟଳ କଣ୍ଟା ଏବଂ ଛନ୍ଦା ଗୟଳ କଣ୍ଟା ପ୍ରସ୍ତୁତ କରାଯାଉଛି । ୧୯୬ ମହାରଣା, ଭୋଇ, କମାର ଏବଂ ରୂପକାର ସେବକ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।