You are currently viewing ରତ୍ନଭଣ୍ଡାର ଖୋଲିବା ପାଇଁ  ତେଜୁଛି ଦାବି

ରତ୍ନଭଣ୍ଡାର ଖୋଲିବା ପାଇଁ ତେଜୁଛି ଦାବି

  • Post category:ଓଡିଶା
  • Reading time:1 mins read

ପୁରୀ (ଏଏନଏସ)୨୦/୦୯, ୧୦ ଦିନ ମଧ୍ୟରେ ରତ୍ନଭଣ୍ଡାର ନଖୋଲିଲେ ଶ୍ରୀମନ୍ଦିର ସାମ୍ନାରେ ଧାରଣାରେ ବସିବେ ଆବେଦନକାରୀ ଅଭିଷେକ ଦାସ । ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏନେଇ ସେ ଚିଠି ଲେଖିଛନ୍ତି । ପୂର୍ବରୁ ଅଭିଷେକ ଦାସ ପିଟିସନର ଭାବେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା କରିଛନ୍ତି । ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ଦାବି ତେଜୁଛି । ଜଗମୋହନ ମରାମତି ଓ ରତ୍ନଭଣ୍ଡାର ଖୋଲିବା ନେଇ ଜନସ୍ୱାର୍ଥ ମାମଲା କରିଛନ୍ତି ଅଭିଷେକ ଦାସ । ତାଙ୍କ ମାମଲା ଉପରେ ବିଚାର କରି ହାଇକୋର୍ଟ ଆମିକସ୍ କ୍ୟୁରୀଙ୍କୁ ପୁରୀକୁ ଯିବାକୁ ନିର୍ଦ୍ଦେଶ ଦେଇଥିଲେ । ୮ ଅଗଷ୍ଟ ୨୦୨୨ରେ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛି ଏଏସଆଇର ଭୁବନେଶ୍ୱର କାର୍ଯ୍ୟାଳୟ । ଏଥିରେ ଲେଖାଯାଇଛି, ହାଇକୋର୍ଟଙ୍କ ନିର୍ଦ୍ଦେଶରେ ୨୦୧୮ ମାର୍ଚ୍ଚ୍ ୨୬ ତାରିଖରେ ଏକ ବୈଷୟିକ ବିଶେଷଜ୍ଞ କମିଟି ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ କରିବାକୁ ଯାଇଥିଲେ । ହେଲେ ଭିତର ରତ୍ନଭଣ୍ଡାରକୁ ପ୍ରବେଶ ଅନୁମତି ନମିଳିବାରୁ କେବଳ ବାହାରୁ ସ୍ଥିତିର ଅନୁଧ୍ୟାନ କରିଥିଲେ । ଏବେ ରତ୍ନଭଣ୍ଡାର ଖୋଲିବା ପାଇଁ ଦାବି ଜୋର ଧରିଥିବା ବେଳେ ସେ ଧାରଣାରେ ବସିବେ ବୋଲି କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।