rabinarayan

ବିଜେଡି ଛାଡ଼ିବେ ନୟାଗଡ଼ ଜିଲ୍ଲା ସଭାପତି ରବି ନାରାୟଣ ମହାପାତ୍ର

ଏଏନଏସ: ପୂର୍ବତନ ରାଜ୍ୟସଭା ସଭ୍ୟ, ପୂର୍ବତନ ବିଧାୟକ, ବିଜେଡିର ପୂର୍ବତନ ଜିଲ୍ଲା ସଭାପତି, ଓ ନୟାଗଡ଼ ଜିଲ୍ଲା ସଭାପତି ରବି ନାରାୟଣ ମହାପାତ୍ର ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି | ନୟାଗଡ ଜିଲ୍ଲାର ଜଣେ ସଚୋଟ ଓ ବିଜୁ ବାବୁଙ୍କ ଅନୁଗାମୀ ଭାବେ ଜଣା ଶୁଣା | 

ସରପଞ୍ଚରୁ ନିଜର ରାଜନୈତିକ ଜୀବନ ଆରମ୍ବ କରିଥିବା ରବି ନାରାୟଣ ଚଳିତ ନିର୍ବାଚନରେ ରଣପୁର ବିଧାନସଭା କ୍ଷେତ୍ର ରୁ ପାର୍ଥୀ ହେବା ପାଇଁ ଆଶାୟୀ ଥିବା ବେଳେ ବିଜେଡି ତାଙ୍କୁ ଟିକେଟ ନ ଦେଇ ବର୍ତ୍ତମାନର ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କୁ ଟିକେଟ ଦେଇଛି | ଯାହାଫଳରେ ରବି ମହାପାତ୍ରଙ୍କ ସମର୍ଥକ ଓ ପୁରୁଣା ବିଜେଡି କର୍ମୀମାନେ ଉକ୍ଷିପ୍ତ ହୋଇଛନ୍ତି | ସୂଚନାଯୋଗ୍ୟ ଦିନେ କି ଦୁଇ ଦିନ ମଧ୍ୟରେ ବିଜେଡିରୁ ଇସ୍ତଫା ଦେବା ପାଇଁ ରବି ମହାପାତ୍ର ମନସ୍ଥ କରିଛନ୍ତି | ଅତିଶୀଘ୍ର ରଣପୁର ବିଧାନସଭା କ୍ଷେତ୍ରରେ ଥିବା ତାଙ୍କ ସମର୍ଥକମାନଙ୍କ ସହ କଥା ହୋଇ ଭାବିଷ୍ୟତ କାର୍ଯ୍ୟ ପନ୍ଥା ନେବେ ବୋଲି ରବି ମହାପାତ୍ରଙ୍କ ଦୃଢ଼ ସମର୍ଥକ ANS ପ୍ରତିନିଧିଙ୍କୁ କହିଛନ୍ତି | ତେବେ ଆଗକୁ ସେ କେଉଁ ଦଳକୁ ଯିବେ ଓ କଣ କାର୍ଯ୍ୟ ପନ୍ଥା ଗ୍ରହଣ କରିବେ ତାହା ସମୟ କହିବ |

ଅନ୍ୟମାନଙ୍କୁ ଜଣାନ୍ତୁ।