colvert news

କଲଭର୍ଟ ଭୁଶୁଡିବା ଘଟଣା, ୩ ଯନ୍ତ୍ରୀ ନିଲମ୍ବିତ


ରାୟଗଡା (ଏଏନ୍ଏସ୍): ଉପରସଜା ଗ୍ରାମରେ କଲଭର୍ଟ ଭୁଶୁଡି ଗତକାବି ୫ ଜଣଙ୍କ ମୃତୁ୍ୟ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ କାର୍ଯାନୁଷ୍ଠାନ ଗ୍ରହଣ କରିଛି ଜିଲ୍ଲ ପ୍ରଶାସନ । କାମ କରୁଥିବା ଠିକାଦାକଙ୍କ ନାମରେ ମାମାଲା ରୁଜୁ କରାଯାଇଛି । ଏହି ମାମଲାରେ ନିର୍ବାହୀ ଯନ୍ତ୍ରୀ ପ୍ରଦିପ ମହାନ୍ତତି, ସହରାରୀ ନିର୍ବାହୀ ଯନ୍ତ୍ରୀ ଭେଙ୍କଟ ମୁଦୁଲି ଓ କନିଷ୍ଠ ଯନ୍ତ୍ରୀ ରାଜେଶ ମଣ୍ଡଳଙ୍କୁ ନିଲମ୍ବନ କରିଛନ୍ତି ।

ସୂଚନା ଅନୁଯାଇ, କଲ୍ୟାଣସିଂହପୁର ବ୍ଲକ୍ ବ୍ଲକ୍ ଉପୁରସଜା ଗ୍ରାମର ସୋମବାର ସକାଳେ ନିର୍ମାଣାଧିନ ପୋଲ ପ୍ରବଳ ବର୍ଷା ଯୋଗୁ ଭୁଶୁଡି ପଡି ୫ ଜଣଙ୍କ ମୃତୁ୍ୟ ଘଟିଥିଲା । ମୃତକଙ୍କ ମଧ୍ୟରେ ୪ ଶିଶୁ ରହିଥିଲେ । ଏହି ଘଟଣାରେ ପୁରା ଗାଁ ଦୁଃଖରେ ଫାଟି ପଡିଥିଲା । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।