You are currently viewing ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ରେକର୍ଡ

ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ରେକର୍ଡ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (19.4.23): କଲବଲ କରୁଛି ତାତି । ଦିନ ବଢ଼ିବା ସହ ଅସହ୍ୟ ହେଉଛି ଗରମ ଓ ଗୁଳୁଗୁଳି । ଆକାଶରୁ ଖସୁଛି ନିଆଁ ପିଣ୍ଡୁଳା । ସକାଳୁ ସକାଳୁ ତାତି ଅସମ୍ଭାଳ ହେଉଛି । ଦିନ ସାଢ଼େ ୧୧ଟା ସୁଦ୍ଧା ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା । ସେଠାରେ ତାପମାତ୍ରା ୪୦.୮ ଡିଗ୍ରୀ ରେକର୍ଡ ହୋଇଛି । କେନ୍ଦୁଝର, ଭୁବନେଶ୍ୱର ଓ ସମ୍ବଲପୁରରେ ପାରଦ ଛୁଇଁଛି ୩୯ ଡିଗ୍ରୀ । ଉପକୂଳରୁ ଉପାନ୍ତ, ଉତ୍ତରରୁ ପଶ୍ଚିମ ସବୁଠି ଡହଡହ ଖରା । ତାତିରୁ ତ୍ରାହି ତ୍ରାହି ଡାକୁଛନ୍ତି ଲୋକ । ପଦାକୁ ବାହାରିଲେ ଯେମିତି ଦେହ ମୁହଁ ପୋଡ଼ି ଯାଉଛି । ଅପରାହ୍‌ଣରେ ଆହୁରି ପ୍ରଚଣ୍ଡ ହୋଇପାରେ ଗ୍ରୀଷ୍ମ ପ୍ରବାହ । ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍‌ ଛୁଇଁପାରେ ।

ଅନ୍ୟମାନଙ୍କୁ ଜଣାନ୍ତୁ।