You are currently viewing ଭୈରବ ମହାବିଦ୍ୟାଳୟ ପରିସରରେ ରେଡକ୍ରସ ଶିବିର

ଭୈରବ ମହାବିଦ୍ୟାଳୟ ପରିସରରେ ରେଡକ୍ରସ ଶିବିର

  • Post category:ଓଡିଶା
  • Reading time:1 mins read

କୋରାପୁଟ- କୋରାପୁଟ ଜିଲ୍ଲା ବୋରିଗୁମ୍ମା ସ୍ଥିତ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଗତ ଶୁକ୍ରବାର ଦିନ କ୍ଲଷ୍ଟର ସ୍ତରୀୟ ଯୁବ ରେଡ଼ କ୍ରସର ତିନିଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟନ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦାଶରଥି ଗୌଡ଼ଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିଲା ଏହି ଶିବିର । ଏହି ତିନି ଦିନିଆ ପ୍ରଶିକ୍ଷଣ ଶିବିରକୁ ପୋଲିସ ଉପଖଣ୍ଡ ଆରକ୍ଷୀ ଅଧିକାରୀ ହରେକୃଷ୍ଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରେଡ଼କ୍ରସର ପତାକା ଉତ୍ତୋଳନ କରିଥିଲେ। ପରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା। ମୁଖ୍ୟବକ୍ତା ଭାବେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରଫେସର ସୌରଭ ଗୁପ୍ତା ଯୋଗ ଦେଇ ରେଡ଼କ୍ରସର ନିର୍ମାତା ହେନେରୀ ଡୁନାଡ଼ଙ୍କ ଜୀବନୀ ଓ ଭାରତୀୟ ଆଦର୍ଶରେ ସେବାର ମହତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ଡିଗ୍ରୀ କଲେଜ ର ଅଧ୍ୟକ୍ଷ ଭି.ଚିରଞ୍ଜିବି ପଟ୍ଟନାୟକ ଯୋଗ ଦେଇଥିଲେ। ବୋରିଗୁମ୍ମା ଦୁଇଟି ଓ କୁନ୍ଦୁରାର ଦୁଇଟି କଲେଜର ମୋଟ ୨୦ ଜଣ ଛାତ୍ରଛାତ୍ରୀ ତିନି ଦିନିଆ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀମାନଙ୍କୁ ବିପନ୍ନ ବେଳେ ଅଗ୍ନିଶମ ବିଭାଗ ଯେପରି କାର୍ଯ୍ୟ କରେ ତାହା ଉପରେ ତାଲିମ ଦିଆଯାଇଥିଲା। ଅଗ୍ନିଶମ ବିଭାଗର ଅଧିକାରୀ ଦୁରାଦକ୍ଷ ବାଗ ଓ ତାଙ୍କ କର୍ମଚାରୀ ମାନେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପହଞ୍ଚି ଛାତ୍ର ଛାତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ।ୟୁଥ ରେଡ଼କ୍ରସର କାଉନସିଲର ପଦ୍ମ ଭୂଷଣ ଦାସ ଏହି ଶିବିରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଅଧ୍ୟାପକ ସୁଧାଂଶୁ ଶେଖର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। ଅଧ୍ୟାପକ ସୌମେନ୍ଦ୍ର କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ମନୋଜ କୁମାର ସ୍ବାଇଁ ଓ ରବି ଶଙ୍କର ସାହୁ ଦ୍ଵିତୀୟ ଅଧିବେଶନରେ ରେଡ଼କ୍ରସର ଇତିହାସ ସମ୍ପର୍କରେ ଆଲୋଚନା କରିଥିଲେ । ଅଧ୍ୟାପକ ସଦାଶିବ ତ୍ରିପାଠୀ, ଅଟଳ ବିହାରୀ ବାଜପେୟୀ ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।