You are currently viewing ୧୯ ବର୍ଷ ଧରି ଜେଲରେ ରହିବା ପରେ ନିର୍ଦ୍ଦୋଷରେ ମୁକୁଳିଲେ ହାବିଲ୍‌

୧୯ ବର୍ଷ ଧରି ଜେଲରେ ରହିବା ପରେ ନିର୍ଦ୍ଦୋଷରେ ମୁକୁଳିଲେ ହାବିଲ୍‌

  • Post category:ଓଡିଶା
  • Reading time:1 mins read

ମୟୁରଭଞ୍ଜ(ଏଏନଏସ) ୧୬.୧୨.୨୦୨୧, ହତ୍ୟା ଅଭିଯୋଗରେ ୧୯ ବର୍ଷ ଜେଲରେ ରହିବା ପରେ ନିର୍ଦ୍ଦୋଷରେ ଖଲାସ କଲେ କୋର୍ଟ । ମୟୁରଭଞ୍ଜ ଜିଲ୍ଲା ଜଶିପୁର ଥାନା ଅନ୍ତର୍ଗତ ବଳରାମପୁର ଗାଁର ହାବିଲ୍‌ ସିନ୍ଧୁଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି ମୟୂରଭଞ୍ଜ ଜିଲ୍ଲା କୋର୍ଟ। ୧୧ ଜଣ ସାକ୍ଷୀ, ୩୨ଟି ତଦନ୍ତ ରିପୋର୍ଟକୁ ଅନୁଧ୍ୟାନ କରିବା ପରେ କୋର୍ଟ ଏହି ରାୟ ଶୁଣାଇଛନ୍ତି। ପ୍ରମାଣ ଅଭାବରୁ ତାଙ୍କୁ ଜିଲ୍ଲା ଦୌରା ଜଜ୍ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଏହାସହ ୧୯ ବର୍ଷ ଧରି ଜେଲ୍‌ରେ ତାଙ୍କୁ ରଖା ଯାଇଥିବାରୁ ତଦନ୍ତକାରୀ ଅଧିକାରୀଙ୍କୁ କୋର୍ଟ ଭତ୍ସନା କରିଛନ୍ତି।

ସୂଚନା ଅନୁସାରେ, ୨୦୦୩ ମସିହା ଜାନୁଆରୀ ୩ ତାରିଖରେ ପଡ଼ୋଶୀ ଘରର ଦୁଇ ପୁରୁଷଙ୍କ ସହ ଜଣେ ଦୁଇ ବର୍ଷ ଶିଶୁକୁ ହତ୍ୟା କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଗୁଣି ଗାରେଡ଼ି ସନ୍ଦେହ କରି ମାମଲାର ତଦନ୍ତ ହୋଇଥିଲା। ଏହି ମାମଲାରେ ହାବିଲ୍‌ଙ୍କୁ ଗିରଫ କରିବା ପରେ ୨୦୦୫ରେ ଆଜୀବନ ଦଣ୍ଡାଦେଶ ଶୁଣାଇଥିଲେ ଜିଲ୍ଲା ଓ ଦୌରା ଜଜ୍‌। ଏହି ରାୟକୁ ବିରୋଧ କରି ହାବିଲ୍ ହାଇକୋର୍ଟଙ୍କୁ ଯାଇଥିଲେ । ଉଚ୍ଚ ନ୍ୟାୟାଳୟ ଏହି ଘଟଣାର ହସ୍ତକ୍ଷେପ ନକରି ଘଟଣାକୁ ପୁନଃ ବିଚାର ପାଇଁ ମୟୂରଭଞ୍ଜ ଜିଲ୍ଲା ଜଜଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହି ଦିନ ଠାରୁ ସେ ବିଚାରାଧିନ କଏଦୀ ଭାବେ ଥିଲେ ହାବିଲ ।

ଅନ୍ୟମାନଙ୍କୁ ଜଣାନ୍ତୁ।