You are currently viewing ଧାନ ଚୋରାଚାଲାଣ ବେଳେ ଯୋଗାଣ ବିଭାଗର ଚଢ଼ାଉ, ୨୨୦ ବସ୍ତା ଧାନ ଜବତ

ଧାନ ଚୋରାଚାଲାଣ ବେଳେ ଯୋଗାଣ ବିଭାଗର ଚଢ଼ାଉ, ୨୨୦ ବସ୍ତା ଧାନ ଜବତ

  • Post category:ଓଡିଶା
  • Reading time:1 mins read

ପଦ୍ମପୁର(ଏଏନଏସ) ୦୫.୧୨.୨୦୨୧, ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସୀମାନ୍ତ ପାଇକମାଲ ଅଞ୍ଚଳକୁ ପଡୋଶୀ ଜିଲ୍ଲା ନୂଆପଡାରୁ ଧାନ ଚୋରାଚାଲାଣ ହେଉଥିବାବେଳେ ଧରିଲା ଯୋଗାଣ ବିଭାଗ । ଦୁଇଟି ଗାଡିରେ ଧାନ ଚୋରା ଚାଲାଣ ହେଉଥିଲା । ଏହି ଦୁଇ ଟ୍ରକ୍‌ରୁ ୨୨୦ ବସ୍ତା ଧାନ ଜବତ କରାଯାଇଛି।  ଧାନ ର ମୋଟ ଓଜନ  ୭୯ କ୍ବିଣ୍ଟାଲ ୩୯ କେଜି ।
ସୂଚନାନୁଯାୟୀ, ଅସାଧୁ ବ୍ୟବସାୟୀମାନେ ପଡୋଶୀ ଜିଲ୍ଲା ଓ ରାଜ୍ୟରୁ ଧାନ ଆଣି ପାଇକମାଲ ବ୍ଳକ ସୀମାନ୍ତ ଅଞ୍ଚଳରେ ଥିବା ଧାନ ମଣ୍ଡିରେ  ବିକ୍ରି କରିବା ପାଇଁ ଚେଷ୍ଟା ଚଳାଇଛନ୍ତି । ଏଥିରେ ମଣ୍ଡି କର୍ମଚାରୀଙ୍କ ହାତ ଥିବା ମଧ୍ୟ ସନ୍ଦେହ କରାଯାଉଛି । ତେବେ ଧାନ ଚୋରାଚାଲାଣ ଖବର ପାଇ  ପଦ୍ମପୁର ଯୋଗାଣ ବିଭାଗ ଚଢ଼ାଉ କରିଥିଲା। କାଗଜପତ୍ର ଯାଞ୍ଚ୍ ବେଳେ ସେମାନେ କାଗଜପତ୍ର ଦେଖାଇ ପାରିନଥିଲେ । ଫଳରେ ଯୋଗାଣ ବିଭାଗ ଧାନ ଓ ଗାଡି ଦୁଇଟିକୁ ଜବତ କରିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।