You are currently viewing ଲେଡିଜ୍ ହଷ୍ଟେଲରେ ପଶି ମାରପିଟ୍ ସହ ଗାଡ଼ି ଭଙ୍ଗାରୁଜା କରିଛନ୍ତି ରୋଡ଼ ରୋମିଓ

ଲେଡିଜ୍ ହଷ୍ଟେଲରେ ପଶି ମାରପିଟ୍ ସହ ଗାଡ଼ି ଭଙ୍ଗାରୁଜା କରିଛନ୍ତି ରୋଡ଼ ରୋମିଓ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏ ଏନ୍ ଏସ)୦୬/୦୫, ନୟାପଲ୍ଲୀରେ ଲେଡିଜ୍ ହଷ୍ଟେଲରେ ପଶି ମାରପିଟ୍ ସହ ଗାଡ଼ି ଭଙ୍ଗାରୁଜା କରିଛନ୍ତି ରୋଡ଼ ରୋମିଓ। କମେଣ୍ଟ ମରାକୁ କେନ୍ଦ୍ର କରି ଏଭଳି କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ। ସୂଚନାଯୋଗ୍ୟ କମେଣ୍ଟ ମାରିବାକୁ ପ୍ରତିବାଦ କରିବାରୁ ହଷ୍ଟେଲ ଭିତରେ ପଶି ଭଙ୍ଗାରୁଜା କରିବା ସହ ଅଶ୍ଳୀଳ ଇଙ୍ଗିତ କରିଛନ୍ତି। ହଷ୍ଟେଲର ଫର୍ଣ୍ଣିଚର, ଟିଭି, ଆକ୍ୱାରିୟମ ଭାଙ୍ଗି ଚୁରମାର୍ କରିଦେଇଛନ୍ତି। ଗତକାଲି ରାତି ପ୍ରାୟ ୧୦ଟାରେ ଏଭଳି ଘଟଣା ଘଟିଯାଇଛି।

ଘଟଣା ସ୍ଥଳରେ ସୁଟିଂ ହୋଇଥିବା ଭିଡିଓରୁ ଦୁର୍ବୃତ୍ତଙ୍କୁ ଚିହ୍ନଟ କରି ୪ଜଣ ଦୁର୍ବୁତ୍ତଙ୍କୁ ଅଟକ ରଖିଛି ପୋଲିସ୍। ଅନ୍ୟପଟେ ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହେବା ପରେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ପୋଲିସ୍।

ଅନ୍ୟମାନଙ୍କୁ ଜଣାନ୍ତୁ।