You are currently viewing ସମଲିଙ୍ଗୀ ସମ୍ପର୍କକୁ ନେଇ କାଲି ସୁପ୍ରିମକୋର୍ଟରେ ଶୁଣାଣି

ସମଲିଙ୍ଗୀ ସମ୍ପର୍କକୁ ନେଇ କାଲି ସୁପ୍ରିମକୋର୍ଟରେ ଶୁଣାଣି

  • Post category:ଓଡିଶା
  • Reading time:1 mins read

ନୂଆଦିଲ୍ଲୀ ୧୭/୦୪.ସମଲିଙ୍ଗୀ ସମ୍ପର୍କକୁ ନେଇ କାଲି ଶୁଣାଣି ହେବ । ସମଲିଙ୍ଗୀ ବିବାହ ଆଇନଗତ ସ୍ୱୀକୃତି ମିଳିବ କି ନାହିଁ ତାହା ଉପରେ ଶୁଣାଣି ହେବ । କିନ୍ତୁ ଏହା ପୂର୍ବରୁ ଏହାକୁ ବିରୋଧ କରିଛନ୍ତି କେନ୍ଦ୍ର ସରକାର । ଏହି ମାମଲା ରଦ୍ଦ କରିବାକୁ ସର୍ବୋଚ୍ଚ କୋର୍ଟଙ୍କୁ କହିଛନ୍ତି ମୋଦୀ ସରକାର । ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫ ଜଣିଆ ବେଂଚ ମାମଲାର ଶୁଣାଣି କରିବେ । ସହରର ସମଲିଙ୍ଗୀ ସମ୍ପର୍କକୁ ବେଧ କରିବାକୁ ନେଇ ଆବେଦନ ହୋଇଥିବା ୧୫ ଟି ମାମଲା ହୋଇଛି । ଏସବୁ ମାମଲାକୁ ରଦ୍ଦ କରିବା ସହ ଏହା ଉପରେ ସଂସଦରେ ଏହା ଉପରେ ଆଲୋଚନା କରିବାକୁ କହିଛନ୍ତିି କେନ୍ଦ୍ର ସରକାର । ଭାରତୀୟ ପରିବାର ଅନୁସାରେ ଏକ ପରିବାରରେ ସ୍ୱାମୀ, ସ୍ତ୍ରୀ, ପିଲା ରୁହନ୍ତି । କିନ୍ତୁ ସମଲଙ୍ଗୀ ସମ୍ପର୍କ ଭାରତୀୟ ପରିବାରଠୁ ସମ୍ପୁର୍ଣ୍ଣ ଅଲଗା ।

ଅନ୍ୟମାନଙ୍କୁ ଜଣାନ୍ତୁ।