You are currently viewing ସମ୍ବଲପୁର ମହାନଗର ନିଗମ ର ଅଧୁରା କାମ

ସମ୍ବଲପୁର ମହାନଗର ନିଗମ ର ଅଧୁରା କାମ

  • Post category:ଓଡିଶା
  • Reading time:1 mins read

ସମ୍ବଲପୁର(ଏଏନଏସ)୨୪/୦୬, ସମ୍ବଲପୁର ର ବିଭିନ୍ନ ଅଞ୍ଚଳରେ ବର୍ଷା ପାଣି ଜମି ରହିବା ଚିତ୍ର ଦେଖିବାକୁ ମିଳୁଛି | ବର୍ଷା ପୂର୍ବରୁ ଜିଲ୍ଲା ମହାନଗର ନିଗମ ନାଳ ଗୁଡିକ ସଫା ହେଵା ପ୍ରତିଶ୍ରୁତି ଦେଇଥିଲେ, ହେଲେ ମୌସୁମୀ ସମ୍ବଲପୁର ଛୁଇଁଲା ପରେ ପାଣି ବିଭିନ୍ନ ସ୍ଥାନରେ ଜମା ହେବା ଦୃଶ୍ୟ ପଦାକୁ ଆସୁଛି | ସମ୍ବଲପୁର ର ବିଭିନ୍ନ ଛକ ରେ ନାଳ ପାଣି ରାସ୍ତା ରେ ବହୁଛି ଏବଂ ଲୋକେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି | ଜିଲ୍ଲା ଅଇଁଠାପାଲି ଅବସ୍ଥିତ ବିର୍ସା ମୁଣ୍ଡା ଛକ ଏକ ଜୀବନ ରେଖା, ଶହ ଶହ ଯାନ ବାହାନ ଏହି ଛକ ଦେଇ ଯିବା ଆସିବା କରନ୍ତି | ଏହି ସ୍ଥାନରେ ବର୍ଷା ପାଣି ଜମା ହେଇ ରହୁଛି ନିଷ୍କାସନ ବ୍ୟବସ୍ଥା ଅଭାବରୁ | ଜିଲ୍ଲା ପ୍ରଶାସନ ଏହି ପାଣି ନିଷ୍କାସନ ସମସ୍ୟା ଶୀଘ୍ର ଦୂର ନ କଲେ ଆଗକୁ ଅନେକ ଅଞ୍ଚଳରେ ବନ୍ୟା ସମସ୍ୟା ଉପୁଜିବ ବୋଲି ସମ୍ବଲପୁର ବାସି କହିଛନ୍ତି |

ଅନ୍ୟମାନଙ୍କୁ ଜଣାନ୍ତୁ।