You are currently viewing ସମ୍ବଲପୁର ଟାଉନଥାନା ଫାଟକ ଭାଙ୍ଗିଲା ବିଜେପି

ସମ୍ବଲପୁର ଟାଉନଥାନା ଫାଟକ ଭାଙ୍ଗିଲା ବିଜେପି

ସମ୍ବଲପୁର, ଗତକାଲି ଚାଷୀଙ୍କ ସମସ୍ୟା ନେଇ ଆନ୍ଦୋଳନ କରିଥିଲା ବିଜେପି । ପରେ ଗିରଫ ହୋଇ ବିଜେପିର କିଛି କର୍ମୀ ଥାନାରେ ରାତ୍ରି ଯାପନ କରିଥିଲେ । କିନ୍ତୁ ଆଜି ଶହଶହ ବିଜେପି କର୍ମୀ ସମ୍ବଲପୁର ଟାଉନ ଥାନା ଭାଙ୍ଗି ଭିତରେ ପଶିଛନ୍ତି । ସେଠାରେ ଉତ୍ତେଜନାପ୍ରକାଶ ପାଇଛି । ସୂଚନାଥାଉକି, ଗତକାଲି ଆରଡିସି ସେମାନଙ୍କୁ ସାକ୍ଷାତ ନକରିବା ଓ ସେମାନଙ୍କ ଦାବିପତ୍ର ନନେବା ପ୍ରତିବାଦରେ ଗିରଫ ହୋଇଥିବା ବିରୋଧି ଦଳ ନେତାଙ୍କ ନେତୃତ୍ୱରେ ଅନେକ ନେତା ଓ କର୍ମୀ ସମ୍ବଲପୁର ଟାଉନ ଥାନା ଘେରାଉ କରିଥିଲେ । ଆରଡିସି ନଆସିବା ପର୍ଯ୍ୟନ୍ତ ସେମାନେ ସେଠାରୁ ହଟିବେ ନାହିଁ ବୋଲି ଜିଦ୍‌ ଧରିଥିଲେ ।

ଏପଟେ ବିଜେପି ଏସବୁ ଡ୍ରାମା କରୁଛି ବୋଲି କହିଛି ବିଜେଡ଼ି । ବିଜେଡ଼ିର ମୁଖପାତ୍ର ଶ୍ରୀମୟୀ ମିଶ୍ର ଏଭଳି ବୟାନ ଦେଇଛନ୍ତି । ଦିଲ୍ଲୀଠାରେ ଚାଲିଥିବା ଚାଷୀ ଆନ୍ଦୋଳନ ଉପରୁ ନଜର ହଟାଇବାକୁ ବିଜେପି ଏଭଳି ନାଟକ କରୁଛି ବୋଲି ପ୍ରକାଶ କରିଛି ବିଜେଡ଼ି ।

ଅନ୍ୟମାନଙ୍କୁ ଜଣାନ୍ତୁ।